ଯୌତୁକ ପାଇଁ ପିଟି ପିଟି ମାରିଦେଲା ସ୍ବାମୀ !

ଅନୁଗୋଳ ଜିଲ୍ଲା ନୂଆପଡା ଗାଁରୁ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର।  ମହିଳାଙ୍କ ସ୍ୱାମୀ ଯୌତୁକ ପାଇଁ  ମାରିଦେଇଥିବା ନେଇ ପରିବାରଲୋକେ ବାଗଡିଆ ଥାନରେ ଅଭିଯୋଗ କରିଛନ୍ତି l ପୁରୁଣାକୋଟ ଥାନା ବିଦ୍ୟାଧର ବେହେରାଙ୍କ ଝିଅ କବିତା ବେହେରା ବାଗଡ଼ିଆ ଥାନା ସୁନୀଲ ବେହେରାଙ୍କୁ ବିବାହ କରିଥିଲେ l ବିବାହ ପରେ ଅଧିକାଂଶ ସମୟ ଯୌତୁକ ଦାବିକରି କବିତାଙ୍କୁ  ନିର୍ଯ୍ୟାତନା ଦେଉଥିବା ବେଳେ ଆଜି ହଠାତ ଝିଅର ମୃତ୍ୟୁ ଖବର ପାଇଥିଲେ କବିତାଙ୍କ ବାପଘର ଲୋକ l ତେବେ ବାପଘର ଲୋକେ କବିତାଙ୍କୁ ଯୌତୁକ ପାଇଁ ପିଟି ପିଟି ମାରିଦେଇଥିବା ବାଗଡିଆ ଥାନାରେ ଅଭିଯୋଗ କରିଛନ୍ତି l ବାଗଡିଆ ଥାନା ପୋଲିସ ଅଭିଯୋଗ ପରେ କବିତାଙ୍କ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି l ମୃତ କବିତାଙ୍କ ବାପଘର ଅଭିଯୋଗକୁ ଆଧାରକାରୀ ପୋଲିସ ତାଙ୍କ ସ୍ୱାମୀ ସୁନୀଲ ବେହେରାଙ୍କୁ ଗିରଫ କରିଛି l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *