ମହାରାଷ୍ଟ୍ରରେ ବଡ଼ ଧରଣର ବସ ଦୁର୍ଘଟଣା। ଗାଡିର ଚାଳକ ନିୟନ୍ତ୍ରଣ ହରାଇବାରୁ ୧୧ ଯାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ଦ୍ରୁତ ଗତିରେ ଯାଉଥିବା ସରକାରୀ ପରିବହନ ନିଗମର ବସ୍ ଓଲଟି ପଡ଼ିଥିଲା। ଏଥିରେ ୧୧ଜଣଙ୍କ ଯାତ୍ରୀଙ୍କ ମୃତ୍ୟୁ ହେବା ସହ ୧୬ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ଭିତରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଶିବସାହି ବସ୍ ୪୦ ଯାତ୍ରୀଙ୍କୁ ନେଇ ନାଗପୁରରୁ ଗୋନ୍ଦିଆ ଯାଉଥିଲା। ଖଜରି ଗାଁ ପାଖରେ ବସ ଆଗକୁ ଅଚାନକ ଏକ ବାଇକ୍ ଆସିଯିବାରୁ ବାଇକ ଆରୋହୀକୁ ବଞ୍ଚାଇବା ଚକ୍କରରେ ବସ୍ ଚାଳକ ନିୟନ୍ତ୍ରଣ ହରାଇବାରୁ ବସ୍ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଫେରାର୍ ହୋଇଯାଇଛି। ରାସ୍ତାରେ ପଡ଼ିଥିବା ବସକୁ କ୍ରେନ୍ ସହଯୋଗରେ ଉଠାଇ ରାସ୍ତା କ୍ଲିଅର କରାଯାଇଥିଲା। ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଆହତଙ୍କୁ ଉନ୍ନତମାନର ଚିକିତ୍ସା ଦେବାକୁ ନିର୍ଦେଶ ଦେଇଛନ୍ତି ଦେବେନ୍ଦ୍ର ଫଡ଼ନାଭିସ।
Naxatra News is now on Whatsapp
Join and get latest news update delivered to you via whatsapp
Join Now