ଦିଲ୍ଲୀ ନୋଏଡାରେ ଜବରଦସ୍ତ ଟ୍ରାଫିକ ଜାମ। ଦିଲ୍ଲୀ ବର୍ଡରରେ କିଲୋମିଟର କିଲୋମିଟର ପର୍ଯ୍ୟନ୍ତ ଲମ୍ବିଲା ଗାଡ଼ି। ଡିଏନଡି ଫ୍ଲାଇଓଭର ଜାମ, ନୋଏଡା-ଗ୍ରେଟର ଏକ୍ସପ୍ରେସ ୱେ ସମ୍ପୁର୍ଣ୍ଣ ଭାବେ ବନ୍ଦ। ସଂଯୁକ୍ତ ଚାଷୀ ମୋର୍ଚ୍ଚା ପାଇଁ ଏଭଳି ଜାମ ହୋଇଥିବା ସୂଚନା। ଚାଷୀ ମାନଙ୍କ ଆନ୍ଦୋଳନ ପାଇଁ ଦିଲ୍ଲୀର ଅନେକ ସ୍ଥାନରେ ଗାଡ଼ି ଜାମ ପରିସ୍ଥିତି ଦେଖାଦେଇଛି। କୃଷକମାନେ ମଧ୍ୟାହ୍ନ ୧୨ଟାରୁ ସେମାନଙ୍କ ପଦଯାତ୍ରା ଆରମ୍ଭ କରିଥିଲେ । ନଭେମ୍ବର ୨୭ରେ, କୃଷକ ମାନେ ଗ୍ରେଟର ନୋଏଡା ପ୍ରାଧିକରଣରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ପରେ ନଭେମ୍ବର ୨୮ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ସେମାନେ ଯମୁନା ପ୍ରାଧିକରଣରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତୃତୀୟ ତଥା ଶେଷ ପର୍ଯ୍ୟାୟ ଦିନ ସଂସଦ ଅଧିବେଶନ ଚାଲିଥିବା ବେଳେ କୃଷକମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now