ସର୍ବଭାରତୀୟ ଡିଲର୍ସ ଫେଡେରେସନ ପକ୍ଷରୁ ୭ ଦଫା ଦାବି ନେଇ ବିକ୍ଷୋଭ

ସର୍ବଭାରତୀୟ ଡିଲର୍ସ ଫେଡେରେସନ ଓଡ଼ିଶା ଶାଖା ର ନିଷ୍ପତ୍ତି କ୍ରମେ କେନ୍ଦୁଝର ଜିଲ୍ଲା ଶାଖା ପକ୍ଷରୁ ୭ ଦଫା ଦାବୀ ରେ ବିକ୍ଷୋଭ କେନ୍ଦୁଝର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା। ସଂଗଠନ ର କେନ୍ଦୁଝର ଜିଲ୍ଲା ଶାଖା ର ସଭାପତି ରଞ୍ଜନ କୁମାର ନାଥ ଙ୍କ ନେତୃତ୍ୱ ରେ ଜିଲ୍ଲା ଯୋଗାଣ ବିଭାଗ ଅଧିନରେ ଥିବା ଡିଲର ମାନେ ଉପସ୍ଥିତ ହୋଇ ଜିଲ୍ଲାରେ କାର୍ଯ୍ୟରତ ଖୁଚୁରା ବିକ୍ରେତାମାନେ ସରକାରଙ୍କ ଦ୍ବାରା ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ସାମଗ୍ରୀ ପଡି କାର୍ଡ ଧାରୀମାନଙ୍କୁ ବଣ୍ଟନ କରିଆସୁଛନ୍ତି ବୋଲି କହିବା ସହିତ ଏହି ସାମଗ୍ରୀ ବଣ୍ଟନ ବାବଦରେ ବିଭାଗ ପାରିଶ୍ରମିକ ପ୍ରଦାନ କରାଯାଏ ।

 ସେହିପରି ମନ୍ତ୍ରୀ ଘୋଷଣା କରିଥିଲେ ଯେ ବଣ୍ଟନ ସମୟରେ ପଡି କାର୍ଡଧାରୀମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ ବ୍ୟବସ୍ଥାର ସରଳୀକରଣ କରାଯିବ ।

 ଏଣୁ ଏହାର ପ୍ରତିବାଦରେ ସର୍ବଭାରତୀୟ ଢିଲର୍ସ ଫେଡୋରେସନ ଓଡ଼ିଶା ଶାଖା ପକ୍ଷରୁ ୨ ଡିସେମ୍ବର ସୋମବାର ଦିନ ରାଜ୍ୟର ୩୦ ଗୋଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇ କେନ୍ଦୁଝର ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି। ଆଗାମି ଦିନରେ ଏହାର ସମାଧାନ ନହେଲେ ଆସନ୍ତା ୩ ତାରିଖ ଠାରୁ ସମଗ୍ର ରାଜ୍ୟର କାର୍ଯ୍ୟରତ ଖୁଚୁରା ବିକ୍ରେତାମାନେ ପରିବହନ ଠିକାଦାରମାନଙ୍କଠାରୁ ସାମଗ୍ରୀ ଗ୍ରହଣ କରିବେ ।

ତେବେ ଦାବି ତୁରନ୍ତ ପୂରଣ କରା ନ ଗଲେ ଆଗାମୀ ସମୟରେ ବିନା ପାରିଶ୍ରମିକରେ ବ୍ୟବସ୍ଥା ଚଳାଇବା ସମ୍ଭବପର ନ ଥ‌ିବାରୁ କାର୍ଯ୍ୟରତ ଖୁଚୁରା ବିକ୍ରେତାମାନେ ସାମଗ୍ରୀ ଗ୍ରହଣ ଓ ବଣ୍ଟନ ବନ୍ଦ ରଖିବାକୁ ବାଧ୍ୟ ହେବେ ବୋଲି ସଂଘ କହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *