ମହିନ୍ଦ୍ରାଙ୍କୁ କାଠଗଡ଼ାକୁ ଟାଣିଲା ଇଣ୍ଡିଗୋ

ମହିନ୍ଦ୍ରାକୁ କାଠଗଡ଼ାକୁ ଟାଣିଲା ଇଣ୍ଡିଗୋ। ନିଜର  ନୂଆ ଇଲେକ୍ଚ୍ରିକ କାରରେ ସିକ୍ସ-ଇ ବ୍ୟବହାରକୁ ନେଇ ଏହି ବିବାଦ ଉପୁଜିଛି। ମହିନ୍ଦ୍ରା ଇଲେକ୍ଟ୍ରିକ ଅଟୋମୋବାଇଲ ଲିମିଟେଡ୍ ନିଜର ନୂଆ କାର୍ ମହିନ୍ଦ୍ରା ବିଇ ସିକ୍ସ-ଇ ଯାହାକି ଆସନ୍ତା ଫେବୃଆରୀ ୨୦୨୫ରେ ବଜାରକୁ ଆସିବାର ସମ୍ଭାବନା ରହିଛି। ତାକୁ ନେଇ ହିଁ ଏ ବିବାଦ ବଢ଼ିଛି। ଭାରତର ସବୁଠୁ ବଡ ଏୟାରଲାଇନ ଇଣ୍ଡିଗୋ ଦିଲ୍ଲୀ ହାଇକୋର୍ଟରେ ମହିନ୍ଦ୍ରା ବିରୁଦ୍ଧରେ ଟ୍ରେଡମାର୍କ ବ୍ୟବହାର ନେଇ ସୁଟ୍ ଫାଇଲ୍ କରିଛି। ମଙ୍ଗଳବାର ଜଷ୍ଟିସ ଅମିତ ବଂସଲଙ୍କ ଅଦାଲତରେ ଏହି ମାମଲା ଶୁଣାଣୀ ହେବାର ଥିଲା। କିନ୍ତୁ ଏହି ମାମଲାକୁ ଶୁଣାଣୀ କରିବାକୁ ନିଜ ଆଡ଼ୁ ଦୂରେଇ ଯାଇଛନ୍ତି ବିଚାରପତି। ଆସନ୍ତା ୯ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣୀ ହେବ ବୋଲି ଆଶା କରାଯାଉଛି। ଏହାରି ଭିତରେ ଇଣ୍ଡିଗୋ ଓକିଲ ସନ୍ଦୀପ ସେଠୀ କୋର୍ଟକୁ ଅବଗତ କରିଛନ୍ତି ଯେ, ଗଲା ସଂଧ୍ୟାରେ ମହିନ୍ଦ୍ରା କମ୍ପାନୀ ଇଣ୍ଡିଗୋ କମ୍ପାନୀ ପାଖରେ ପହଞ୍ଚି ଆପୋଷ ଆଲୋଚନା କରିବ ବୋଲି କହିଛି। ଇଣ୍ଡିଗୋ ଏୟାର ଲାଇନ୍ସର କଲ ସାଇନ୍ କେବଳ ନୁହେଁ, ବରଂ ନିଜକୁ ବ୍ରାଣ୍ଡ କରିବାର ଉପାଦାନ ହେଉଛି ସିକ୍ସ-ଇ। ଏହି ସିକ୍ସ-ଇ ଜରିଆରେ ସିଟ୍ ସିଲେକ୍ସନ, ପ୍ରାଥମିକତା ଭିତ୍ତିରେ ଚେକ୍ ଇନ୍, କମ୍ପ୍ଲିମେଣ୍ଟାରୀ ସ୍ନାକ୍ସ ସହ ଅନଲିମିଟେଡ୍ ରିସିଡ୍ୟୁଲିଂ ଓ ବିମାନ ବାତିଲ ଲାଗି ଫ୍ଲେକ୍ସିବିଲିଟି ଦେଇଥାଏ। ଏହା ସହ ଏକ୍ସଟ୍ରା ବ୍ୟାଗେଜ, ପ୍ରି-ବୁକ୍ ମିଲ୍ସ ଓ ଲଞ୍ଜ୍ ଆକ୍ସେସ ଏହାର ଆଡ୍ ଓ୍ୱାନ୍ସ ପ୍ୟାକେଜରେ ସାମିଲ୍ କରିଛି। ସିକ୍ସ-ଇ ଲିଙ୍କ ଓ ବ୍ୟାନରରେ ଇଣ୍ଡିଗୋ ନିଜର ସ୍ୱତନ୍ତ୍ର ପରିଚିତି ସୃଷ୍ଟି କରିଛି। ଅନଲାଇନ ବିଜ୍ଞାପନ, ଟିଭି ବିଜ୍ଞାପନରେ ଟ୍ରାନ୍ସପୋର୍ଟ ଓ ଡେଲିଭରି ସର୍ଭିସରେ ସବୁଠି ଏହି ମାର୍କ ହିଁ ବ୍ରାଣ୍ଡ୍ ସାଜିଆସିଛି। କିନ୍ତୁ ନଭେମ୍ୱର ୨୫ରେ ମହିନ୍ଦ୍ରା ଇଲେକଟ୍ରିକ୍ ଯେଉଁ ବିଇ- ସିକ୍ସ ଇ ଓ୍ୱାର୍ଡମାର୍କ ବ୍ୟବହାର ଲାଗି ଟ୍ରେଡମାର୍କ ରେଜିଷ୍ଟ୍ରାରଙ୍କୁ ନିବେଦନ କରିଥିଲା, ତାକୁ କୁଆଡ଼େ ଗ୍ରହଣ କରାଯାଇଛି। ଯଦି ମହିନ୍ଦ୍ରାକୁ ପଞ୍ଜିକରଣ ଅନୁମତି ମିଳିବ। ତା ହେଲେ ଏହା ନିଜର ସମସ୍ତ ଯାନ, ଇଞ୍ଜିନରେ ଏହି ଟ୍ରେଡମାର୍କକୁ ବ୍ୟବହାର କରିବ। ନିକଟରେ ମହିନ୍ଦ୍ରା ବିଇ ସିକ୍ସ-ଇ ନାଁରେ ନୂଆ ଇଲେକଟ୍ରିକ୍ କାର୍ ଶୁଭାରମ୍ଭ ବେଳେ ଏହି ବ୍ରାଣ୍ଡ୍ ଇଣ୍ଟରନେଟରେ ନିଜର ୟୁନିକ ଡିଜାଇନ ଲାଗି ବେଶ୍ ଆଦୃତ ହେବାକୁ ଯାଉଛି। ଯେହେତୁ କାର୍ ବଜାରକୁ ଆସିନି। ଆଉ ବୁକିଂ ବି ଖୋଲିନି। ତା ପୂର୍ବରୁ ଏହି ବ୍ରାଣ୍ଡକୁ ବିରୋଧ କରି ଇଣ୍ଡିଗୋ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *