ଜାତି ଜନଗଣନା କେବେ ?

ଜାତି ଜନଗଣନା କର। କାହିଁକି ଜନସଂଖ୍ୟାର ସଂଖ୍ୟାଗରିଷ୍ଠଙ୍କ ସାମ୍ୱିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି। ଅନୁସୂଚିତ ଜାତି, ଜନଜାତି,ଓବିସିଙ୍କ ପ୍ରତି ଅନ୍ୟାୟ ଆଉ କେତେ ଦିନ। ଗଲା ସରକାର ଓବିସି କମିଶନ କରି ପ୍ରକ୍ରିୟା ଆରମ୍ଭ କରିଥିଲେ। କିନ୍ତୁ ପ୍ରକୃତ ଜାତି ଜନଗଣନା ଲାଗି ଘରଓ୍ୱାରୀ ସର୍ଭେ ଜରୁରୀ। ନା ରାଜ୍ୟରେ ଅଛି ଟ୍ରାଇବାଲ୍ କମିଶନ ନା ସଂଖ୍ୟାଲଘୁ କମିଶନ। ଜାତିଭିତ୍ତିକ ସଂରକ୍ଷଣରୁ କାହିଁକି ବଞ୍ଚିତ କରାଯାଉଛି। ୯୪ ପ୍ରତିଶତ ଲୋକଙ୍କ ଅଗ୍ରଗତି ବିନା ରାଜ୍ୟ କେମିତି ସମୃଦ୍ଧ ହେବ ବୋଲି ପଚାରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ସଂରକ୍ଷଣ ପାଇଁ ସମ୍ୱିଧାନ କ୍ଷମତା ଦେଲା। କିନ୍ତୁ ଏହାକୁ ଆଧାର କରି ସମାନୁପାତିକ ସମାଜ ଦେବାରେ ସରକାର କ୍ରମାଗତ ଅବହେଳା କରିଲାଗିଛନ୍ତି। ଜାତିପ୍ରଥା ସାମାନ୍ୟ ଭାଙ୍ଗିଛି। କିନ୍ତୁ ଏବେ ବି ବଳବତ୍ତର ରହିଛି। ସରକାରୀ ଚାକିରୀ କ୍ଷେତ୍ର, ଉଚ୍ଚଶିକ୍ଷାରେ ଯେତିକି ସଂରକ୍ଷଣ ଅଛି, ସେହି ଅନୁପାତରେ ନିଯୁକ୍ତି ନାହିଁ। ଓବିସିଙ୍କୁ ତ କେଉଁଠି ବି ସଂରକ୍ଷଣ ସୁବିଧା ମିଳୁନି। କଂଗ୍ରେସ ବି କହିଛି, ଏଯାଏ ଟ୍ରାଇବାଲ ଆଡଭାଇଜୋରୀ କାଉନସିଲ ଗଠନର ୬ ମାସ ଭିତରେ ଗୋଟି଼ଏ ବି ବୈଠକ ହୋଇପାରିଲାନି। ଆଦିବାସୀଙ୍କ ଜମିକୁ ଶିଳ୍ପପତିଙ୍କୁ ଟେକିଦେବାକୁ ଗଲା ସରକାରର ମସୁଧା ଧରାପଡ଼ିବା ପରେ ଚାପରେ ନିଷ୍ପତ୍ତିକୁ ପ୍ରତ୍ୟାହାର କରିଥିଲେ। ପେସା ଆଇନ କାର୍ଯ୍ୟକାରୀ ହେଉନି। ଜାତିଭିତ୍ତିକ ଜନଗଣନା କରାଯାଉ। ୫୪ ପ୍ରତିଶତ ଓବିସିଙ୍କ ଅଧିକାରକୁ ସଂରକ୍ଷଣ କରନ୍ତୁ ସରକାର। ମାଧୋ ସିଂ ସ୍କଲାରସିପ୍ କେବଳ ଅନୁସୂଚିତ ଜନଜାତିଙ୍କ ଲାଗି ଉଦ୍ଦିଷ୍ଟ ନ କରି ଅନ୍ୟ ଅନୁସୂଚିତ, ଓବିସି ଓ ସଂଖ୍ୟାଲଘୁଙ୍କୁ ବି ଅନ୍ତର୍ଭୁକ୍ତ କରାଯାଉ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *