ବାଙ୍ଗଳାଦେଶରେ ହିନ୍ଦୁ ନିର୍ଯ୍ୟାତନା ନେଇ ଜଗତସିଂହପୁରରେ ତାତିଲେ ବିଭିନ୍ନ ହିନ୍ଦୁ ସଂଗଠନ। ବାଙ୍ଗଳାଦେଶରେ ହିନ୍ଦୁ ନିର୍ଯ୍ୟାତନା ,ଗଣହତ୍ୟା ,ଗିରଫଦାରୀ ଏବଂ ହିନ୍ଦୁ ମନ୍ଦିର ଭଙ୍ଗାଯିବା ପ୍ରତିବାଦରେ ଜିଲ୍ଲାର ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ବିକ୍ଷୋଭ। ଜିଲ୍ଲାର ବିଭିନ୍ନ ହିନ୍ଦୁ ସଂଗଠନ ଏକାଠି ହୋଇ ଏହାକୁ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ବାଙ୍ଗଳାଦେଶରେ ଏଭଳି ହୀନ ମନୋବୃତିକୁ ବିରୋଧ କରି ଜିଲ୍ଲାର ବିଭିନ୍ନ ସଂଗଠନ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସଦରମହକୁମା କଲେଜ ଛକରୁ ସମସ୍ତ ହିନ୍ଦୁ ସଂଗଠନ ଏକାଠି ହୋଇ ଏକ ବିଶାଳ ଶୋଭାଯାତ୍ରାରେ ବାଙ୍ଗଳାଦେଶ ବିରୋଧୀ ନାରାଦେଇ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପର୍ଯ୍ୟନ୍ତ ଯାଇଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଏହାର ସମାଧାନ ଦିଗରେ ସରକାର ବିହିତ ପଦକ୍ଷେପ ନେବାକୁ ଦାବି କରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now