ବିରଳ ଓ ବିଶେଷ ମୂହୂର୍ତ୍ତରେ ପିଲାବେଳର ଦୁଇ ବନ୍ଧୁ

ବିରଳ ଓ ବିଶେଷ ମୂହୂର୍ତ୍ତରେ ପିଲାବେଳର ଦୁଇ ବନ୍ଧୁ। ଜଣେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର। ସଚିନ ସବୁବେଳେ ଫିଟ୍ ଆଣ୍ଡ ଫାଇନ୍। ଆଉ ଜଣେ ବିନୋଦ କାମ୍ୱଲି। ଅସୁସ୍ଥ ଶରୀର ଓ ବିଷାଦଗ୍ରସ୍ତ ମନରେ କାମ୍ୱଲି। ଦୁହେଁ କ୍ରିକେଟ ଜଗତର ନାମକରା ବ୍ୟାଟ୍ସମ୍ୟାନ। ଦୁହେଁ ଅନେକ ରେକର୍ଡସର ଅଧିକାରୀ ବି। ଦିବଂଗତ କୋଚ୍ ରମାକାନ୍ତ ଆଚରେକରଙ୍କ ମୂର୍ତ୍ତି ଅନାବରଣ ଅବସରରେ ଏହି ଦୁଇ ସାଙ୍ଗଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଦୁହିଁଙ୍କର ଭାବବିହ୍ୱଳ ଆଲିଙ୍ଗନ ଦେଖି ସମସ୍ତଙ୍କ ଆଖି ଲାଖିଯାଇଥିଲା। ପିଲାବେଳୁ ଏକାଠି ଖେଳୁଥିଲେ ସଚିନ ଓ କାମ୍ୱଲି। ପିଲାବେଳେ ୬୬୪ ରନର ପାର୍ଟନରସିପ ଖେଳି ଦୁହେଁ ଯେଉଁ ରେକର୍ଡ କରିଥିଲେ, ତାହାର ଚର୍ଚ୍ଚା ଆଜି ବି ହୁଏ। କିନ୍ତୁ ସମୟ ଓ ସ୍ଥିତି ଦୃଷ୍ଟିରୁ ଦୁହେଁ ପରସ୍ପରଠୁ ଦୂରେଇ ଯାଇଛନ୍ତି। ଆଉ ଦୁହିଁଙ୍କ ପିଲାବେଳର କୋଚ୍ ରମାକାନ୍ତ ଆଚରେକରଙ୍କ ମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମରେ ଏକାଠି ହେବାର ସୁଯୋଗ ମିଳିଥିଲା। ଶିବାଜୀ ପାର୍କର ଦାଦରରେ ଏହି କାର୍ଯ୍ୟକ୍ରମରେ ତେନ୍ଦୁଲକର ପହଞ୍ଚିବା ପୂର୍ବରୁ ଆଗରୁ ବସିଥିଲେ କାମ୍ୱଲି। ମଞ୍ଚର ଏକ କୋଣରେ ବସିଥିଲେ କାମ୍ୱଲି। କାମ୍ୱଲି ବେଶ୍ ଅସୁସ୍ଥ ଦିଶୁଥିଲେ। କାମ୍ୱଲିଙ୍କୁ ଦେଖି ସଚିନ ନିଜକୁ ସମ୍ୱରଣ କରିପାରିନଥିଲେ। କାମ୍ୱଲିଙ୍କ ପାଖକୁ ଯାଇ ଆଲିଙ୍ଗନ କରିଥିଲେ। କିନ୍ତୁ ସଚିନଙ୍କୁ ଅଚାନକ ଚିହ୍ନିପାରିଲେନି କାମ୍ୱଲି। ଦୋଦୋ ପାଞ୍ଚ ପରେ ଚିହ୍ନିବା ମାତ୍ରେ କାମ୍ୱଲିଙ୍କ ଆଖିରେ ଖୁସିର ଝଲକ ଖେଳିଯାଇଥିଲା। ସଚିନଙ୍କୁ ନିଜ ପାଖରେ ବସାଇବାକୁ ଚାହୁଁଥିଲେ କାମ୍ୱଲି। ସଚିନଙ୍କ ସହ ହାତ ମିଳାଇ ପାଖରୁ ବିଲକୁଲ ଛାଡ଼ିବାକୁ ଚାହୁଁନଥିଲେ। ନିଜ ଚୌକିରୁ ଉଠିବାକୁ ପ୍ରୟାସ କରିବା ସତ୍ତ୍ୱେ ଉଠିପାରିନଥିଲେ। ସଚିନ କାମ୍ୱଲିଙ୍କ ପାଖରେ ବସିନଥିଲେ।ଦୁହେଁ ନିଜ ଗୁରୁଙ୍କ ସ୍ମୃତିଚାରଣ କରିଥିଲେ।

ବିନୋଦ କାମ୍ୱଲି କିଛି ବର୍ଷ ତଳେ କହିଥିଲେ, ସେ ଘୋର ଆର୍ଥିକ ସଙ୍କଟ ସହ ଜୁଝୁଛନ୍ତି। ବିସିସିଆଇ ଦେଉଥିବା ପେନସନରୁ ତାଙ୍କ ପରିବାରର ଗୁଜୁରାଣ ମେଣ୍ଟୁଛି। ବିସିସିଆଇ ପେନସନ ବାବଦରେ ତାଙ୍କୁ ମାସିକ ୩୦ହଜାର ଦେଉଛି। ତେନ୍ଦୁଲକର ମିଡଲସେକ୍ସ ଗ୍ଲୋବାଲ ଏକାଡେମୀରେ ମେଣ୍ଟର ଭଳି କାମ କରିଥିଲେ କାମ୍ୱଲି। କିନ୍ତୁ ନେରୁଲରୁ ତାଙ୍କ ଘର ବହୁ ଦୂରରେ ପଡ଼ିଥିବାରୁ ସେ ବାଧ୍ୟ ହୋଇ ମେଣ୍ଟର ଚାକିରୀ ଛାଡ଼ିଥିଲେ। କାମ୍ୱଲିଙ୍କ ଗମ୍ଭୀର ସ୍ୱାସ୍ଥ୍ୟସମସ୍ୟା ଦେଖି କପିଲ ଦେବ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। କିନ୍ତୁ ସର୍ତ୍ତ ରଖିଥିଲେ। କାରଣ କାମ୍ୱଲି ୧୪ଥର ରହାବିଲିଟେସନ ସେଣ୍ଟରକୁ ଯାଇସାରିଛନ୍ତି। ଏବେ କିନ୍ତୁ କାମ୍ୱଲିଙ୍କୁ ନିଜ ପାଇଁ ଜିଇଁବାକୁ ପଡ଼ିବ। ତାହେଲେ ସେ ଠିକ୍ ହୋଇପାରିବେ। କାମ୍ୱଲି ଭାରତ ପାଇଁ ୧୦୪ ଓ୍ୱାନଡେ ମ୍ୟାଚ ଖେଳି ୨ହଜାର୪୭୭ ରନ୍ କରିଥିଲେ। ଏକଦିବସୀୟ କ୍ରିକେଟରେ ତାଙ୍କ ନାଁରେ ୨ଟି ଶତକ ଓ ୧୪ଟି ଅର୍ଦ୍ଧଶତକ ସାମିଲ୍ ରହିଛି। ଟେଷ୍ଟ ମ୍ୟାଚରେ ତାଙ୍କର ପ୍ରଦର୍ଶନ ବେଶ୍ ଦମଦାର ଥିଲା। ୧୭ ଟେଷ୍ଟ ମ୍ୟାଚରେ ୫୪.୨୦ ହାରରେ ସେ ୪ଟି ଶତକ ଓ ୩ଟି ଅର୍ଦ୍ଧଶତକ ସହ ୧ହଜାର୪୮ ରନ୍ କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *