ନିର୍ବାଚନର ଦୀର୍ଘ ମାସ ପରେ ବି ୧୪ ଜଣ ପୂର୍ବତନ ବିଧାୟକ ସରକାରୀ କ୍ୱାର୍ଟର୍ସ ଛାଡ଼ୁନାହାନ୍ତି। ସୋମବାର ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୂର୍ବତନ ବିଜେଡ଼ି ବିଧାୟକ ଅମର ଶତପଥୀ, ମହେଶ ସାହୁ, ଅଳକା ମହାନ୍ତି, ସାଲୁଗା ପ୍ରଧାନ, ଶଙ୍କର ଓରାମ ଓ ପ୍ରିତୀରଞ୍ଜନ ଘଡ଼ାଇ ପ୍ରମୁଖ କ୍ୱାର୍ଟର୍ସ ଛାଡିନଥିବା ମୁଖ୍ୟମନ୍ତ୍ରୀ ସବଚନା ଦେଇଛନ୍ତି। ସେହିପରି କଂଗ୍ରେସର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଏବଂ ବିଜେପି ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କ୍ୱାର୍ଟର୍ସରେ ରହିବାକୁ ଆବେଦନ କରିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହରେ ତଥ୍ୟ ରଖିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now