ସହିଦ ମାଧୋ ସିଂ ଓ ତାଙ୍କ ଚାରି ପୁତ୍ରଙ୍କ ସ୍ମୃତିରେ ବିରତା ଦିବସ ପାଳିତ

ଆଜି ବୀରତା ଦିବସ । ଦେଶକୁ ସ୍ଵାଧୀନ କରିବା ପାଇଁ ମାଧୋ ସିଂ ଏବଂ ତାଙ୍କ ଚାରି ପୁତ୍ର ବୀରତ୍ୱର ସହ ଇଂରେଜ ସରକାର ବିରୁଦ୍ଧରେ  ଲଢି ହସି ହସି ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ଏମାନଙ୍କ ବଳିଦାନକୁ ମନେ ପକାଇବା ପାଇଁ ବରଗଡରେ ପ୍ରତିବର୍ଷ ଡିସେମ୍ୱର ୩୧ ପାଳିତ ହୋଇଥାଏ ବିରତା ଦିବସ । ବହୁ ସାମାଜିକ ଅନୁଷ୍ଠାନ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇ ଏହି ସହିଦ ସଂଗ୍ରାମୀଙ୍କୁ ମନେ ପକାଇଥିଲେ ।  ଇଂରେଜମାନଙ୍କ ବିରୋଧରେ ସଂଗ୍ରାମ କରିବାକୁ ବୀର ସୁରେନ୍ଦ୍ର ସାଏ ଦେଇଥିବା ଆହ୍ୱାନରେ ଘେଁସ ଜମିଦାର ପରିବାରର ମାଧୋ ସିଂ ଏବଂ ତାଙ୍କର ଚାରି ପୁତ୍ର ବୈରୀ ସିଂ, ହଟ୍ଟେ ସିଂ, କୁଜଂଳ ସିଂ ଏବଂ ଐରୀ ସିଂ ସଶସ୍ତ୍ର ସଂଗ୍ରାମ କରିଥିଲେ । ଘେଁସ ଜମିଦାର ପରିବାରରେ ମାଧୋ ସିଂ ଏବଂ ତାଙ୍କ ଚାରି ପୁତ୍ର ୧୮୫୭ ମସିହା ପ୍ରଥମ ମୁକ୍ତି ସଂଗ୍ରାମରେ ସାମିଲ ହୋଇ ଇଂରେଜଙ୍କ ସହ ଲଢ଼େଇ କରି ନିଜ ଜୀବନକୁ କରିଥିଲେ ଉତ୍ସଗୀକୃତ। ସେହି ବୀର ପୁରୁଷଙ୍କୁ ମନେ ପକାଇବା ପାଇଁ ବରଗଡର ଅଧିଷ୍ଟାତ୍ରୀ ଦେବୀ ମା ସମଲେଇଙ୍କୁ ପୂଜାର୍ଚ୍ଚନା ପରେ ଏକ ବିରାଟ ଶୋଭାଯାତ୍ରା ବାହାରି ବରଗଡ଼ ଗାନ୍ଧୀ ଛକକୁ ପହଞ୍ଚିଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ  ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା

ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଲେ ମଧୋ ସିଂ l ହେଲେ ଆଜି ବି ଘେଁସ ଜମିଦାରଙ୍କ ଭଗ୍ନ ରାଜବାଟୀ ଓ ସେମାନେ ବ୍ୟବହାର କରୁଥିବା ଖଣ୍ଡା,ଢାଲ,ଅସ୍ତ୍ର ଶସ୍ତ୍ର ଆଦି ଦେଖିଲେ ସେ ସମୟର ବ୍ରିଟିଶ ସରକାରଙ୍କ ଅତ୍ୟାଚାର ପାଇଁ ଲଢେଇ କରିଥିବା ମାଧୋ ସିଂଙ୍କ କଥା ମନେ ପଡ଼ିଯାଏ l ମାଧୋ ସିଂ ନିଜ ଚାରି ପୁତ୍ରଙ୍କୁ ହରାଇବା ପରେ ମଧ୍ୟ ଜୀବନର ଶେଷ ପର୍ଯ୍ୟନ୍ତ ସଂଗ୍ରାମ କରିଥିଲେ ଏବଂ ୧୮୫୮ ଡିସେମ୍ବର ୩୧ ତାରିଖ ଦିନ ସମ୍ବଲପୁର ଜେଲ ଛକରେ ତାଙ୍କୁ ୭୨ ବର୍ଷ ବୟସରେ ଫାଶୀ ଦିଆଯାଇଥିଲା । ହେଲେ ଏମାନଙ୍କ ବଳିଦାନର ସ୍ମୃତି ରକ୍ଷା ପାଇଁ ଏବେ ସରକାର ଆରମ୍ଭ କରିଛନ୍ତି ପ୍ରୟାସ । ଆଗାମୀ ଦିନରେ ଏହାକୁ ପାଠ୍ୟପୁସ୍ତକରେ ସ୍ଥାନ ଦେବାପାଇଁ ଦାବି ହୋଇଛି l

ସବୁଦିନ ପାଇଁ ମନେରହିବ ଜମିଦାର ମାଧୋ ସିଂ ଓ ତାଙ୍କ ପରିବାରର ଏହି ବଳିଦାନ l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *