ଲକ୍ଷ୍ନୌ ସୁପର ଜାଏଣ୍ଟର ମଙ୍ଗ ଧରିଲେ ରିସଭ ପନ୍ଥ। ଟିମର ନେତୃତ୍ୱ ନେବେ। ଆଇପିଏଲ ୨୦୨୫ରେ ଏଲଏସଜିର କ୍ୟାପଟେନ୍ ପନ୍ଥ ହେବେ ବୋଲି ଘୋଷଣା ହୋଇଛି। ଭାରତର ଷ୍ଟାର ଓ୍ୱିକେଟ-କିପର୍ ଓ ବ୍ୟାଟ୍ସମ୍ୟାନ୍ ରିଷଭଙ୍କୁ ଆଇପିଏଲ-୨୦୨୫ ପୂର୍ବରୁ ନିଜର ନୂଆ କ୍ୟାପଟେନ୍ କରିଛି ଲକ୍ଷ୍ନୌ ସୁପର ଜାଏଣ୍ଟ। ଏଲଏସଜିର ମାଲିକ ସଞ୍ଜୀବ ଗୋଏଙ୍କା ଏହି ଘୋଷଣା କରିଛନ୍ତି। ପନ୍ଥଙ୍କୁ ଏଲଏସଜି ଅକ୍ସନରେ ୨୭ କୋଟି ଟଙ୍କା ଦେଇ କିଣିଥିଲା। ଆଇପିଏଲ ଇତିହାସରେ ସବୁଠୁ ମହଙ୍ଗା ଖେଳାଳୀ ଭାବେ ରିଷଭ ବିବେଚିତ ହୋଇଛନ୍ତି। ପଞ୍ଜାବ କିଙ୍ଗସର ରେକର୍ଡ ଭାଙ୍ଗିଛନ୍ତି ପନ୍ଥ। ପଞ୍ଜାବ କିଙ୍ଗସ ୨୬.୭୫ କୋଟିରେ ଶ୍ରେୟାସ ଆୟାରଙ୍କୁ କିଣିଥିଲା। ରିଷଭ ନିଜର ପ୍ରଥମ ବୟାନରେ ପଞ୍ଜାବ କିଙ୍ଗ୍ସକୁ ଟାର୍ଗେଟ କରିଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now