ଆଜି ବରଗଡ଼ ବାର ଘଣ୍ଟିଆ ବନ୍ଦ ଡାକରା ଦେଇଛି ବରଗଡର ସଚେତନ ନାଗରିକ ମଞ୍ଚ । ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ହେବାପରେ କୁର୍ଲା ଜଙ୍ଗଲ ରୁ ଯୁବତୀ ଜଣଙ୍କୁ ମୂର୍ମୁସୂ ଅବସ୍ଥାରେ ଉଦ୍ଧାର ଘଟଣା କୁ ନେଇ ଏବେ ସାରା ଓଡ଼ିଶାରେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ପୀଡ଼ିତା ଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆଜି ବରଗଡ଼ ବନ୍ଦ ଡାକରା ଦିଆଯାଇଛି । ସକାଳ 6 ରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଆଜି ବରଗଡର ସମସ୍ତ ଦୋକାନ ବଜାର ଗାଡ଼ି ମୋଟର ଚଳାଚଳ ବନ୍ଦ ରହିବ । କେବଳ ଅତ୍ୟାବଶ୍ୟକ ଜରୁରୀ ସେବା କୁ ଏହି ବନ୍ଦ ରୁ ବାଦ୍ ଦିଆଯାଇଛି ।
ଟାୟାର୍ ଜାଳି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଖୁବ୍ ଶୀଘ୍ର ମୁଖ୍ୟ ଅଭିଯୁକ୍ତକୁ ଗିରଫ ସହ ପୀଡ଼ିତା ଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି ବିଭିନ୍ନ ସଙ୍ଗଠନ ।
ସେପଟେ ଜଣେ ଅଭିଯୁକ୍ତକୁ ଗିରଫ କଲା ବରଗଡ଼ ପୋଲିସ | ଆଜି କୋର୍ଟ ଚାଲାଣ କରାଯିବା ନେଇ ସୂଚନା | ଅଭିଯୁକ୍ତ ରାହୁଲ ଭୋସାଗରକୁ ଅଟକ ରଖିଥିଲା ପୋଲିସ | ଧନୁଯାତ୍ରା ଦିନ ରାହୁଲକୁ ପୀଡିତା ଯୁବତୀଙ୍କ ସହ ଦେଖାଯାଇଥିଲା | ଯୁବତୀଙ୍କ ସହ ରାହୁଲ ମଲକୁ ମଧ୍ୟ ଯାଇଥିବା ସିସିଟିଭି ଫୁଟେଜରେ ସ୍ପଷ୍ଟ ହୋଇଛି | ଅଭିଯୁକ୍ତ ବରଗଡ଼ ବ୍ଲକ ଖଣ୍ଡହାତ ମାଲିପାଲି ଗାଁର ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି | ଏହାସହ ଗିରଫଦାରି ସଂଖ୍ୟା 4କୁ ବୃଦ୍ଧି ପାଇଛି | ଏପଟେ ମୁଖ୍ୟ ଅଭିଯୁକ୍ତକୁ ଏଯାଏଁ ଧରିପାରିନି ପୋଲିସ କହିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now