କଣାସ ଡାଇରିଆ ଆତଙ୍କ: ରାଜନୈତିକ ଆରୋପ ପ୍ରତ୍ୟାରୋପ ଜାରି

ଦୀର୍ଘ ୧୫ ଦିନ ହେଲା କଣାସରେ ଡାଇରିଆ ଆତଙ୍କକୁ ନେଇ ଚିନ୍ତା ବଢିଛି । ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ସମ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଗଙ୍ଗୁଆ ନଦୀର ବର୍ଜ୍ୟ ପରିଚାଳନା ଠିକ ଭାବେ ନ ହେବାରୁ ମଇଳା ପାଣି ଦୟା ନଦୀ ଦେଇ ଚିଲିକାକୁ ଯାଉଛି । ଏହା ଦ୍ୱାରା ଦୟା, ରାଜୁଆ, ମକରା, ରତ୍ନାଚିରା, ଲୁଣା ଭାର୍ଗବୀ ନଦୀ ପ୍ରଭାବିତ ହେଉଛି । ପୁରୀ ଦେଇ ମଙ୍ଗଳା ନଦୀ ପ୍ରଭାବିତ ହେଉଛି । ଦୟା ବାଲିପାଟଣା ଦେଇ ପିପିଲି ଡେଲାଙ୍ଗ କଣାସ ଯାଉଛି। ତେଣୁ ଲୋକ ଦୂଷିତ ପାଣି ପିଇ ମୃତ୍ୟୁ ମୁଖରେ ପଡୁଛନ୍ତି ନଚେତ ଅସୁସ୍ଥ ହେଉଛନ୍ତି । କଣାସ ବ୍ଲକର ଗଡିସାଗଦା ଓ ଗୋପୀନାଥପୁର ପଞ୍ଚାୟତ ନୂଆଗାଁ, ଜାଗୁଳାଇ ପଦର, ନଇକୂଳ ପାଟଣା, କଳାପଦର, ପାଇକମରା ଗାଁର ୨୫୦ ଲୋକ ପୁରୀ ଓ ଭୁବନେଶ୍ୱରରେ ଚିକିତ୍ସା ହେଉଛନ୍ତି । କିଛି ଜୀବନ ସହ ସଂଘର୍ଷ କରୁଛନ୍ତି । ଏହାକୁ ନେଇ ସରକାର ଓ ପ୍ରଶାସନର ଆଭିମୁଖ୍ୟକୁ ସମାଲୋଚନା କରିଛି ବିରୋଧୀ ବିଜେଡି । ୧୦ ଦିନ ବିଳମ୍ବରେ ଜିଲ୍ଲାପାଳଙ୍କ ଅଞ୍ଚଳ ଗସ୍ତ ଓ ବିଶୁଦ୍ଧ ପାଣି ଯୋଗାଣରେ ଅବହେଳା କଥା ଉଠିଛି । ହଇଜା ମହାମାରୀ ରୁପ ହେଲାଣି । ପାଞ୍ଚଟି ନଦୀର ଦୂଷିତ ଜଳ ଚିଲିକାରେ ମିଶିବାରୁ ହ୍ରଦ ପ୍ରଦୂଷିତ ହେବାରେ ଲାଗୁଛି । ଏହାର ଜୈବ ବିଭିଦତା ୨୫୦ ପ୍ରଜାତିର ମାଛ, ଡଲଫିନ ସମସ୍ତେ ପ୍ରଭାବିତ ହେବାକୁ ବସିଲେଣି। ଏ ନେଇ ବିଜେଡି ନେତା ସଞ୍ଜୟ ଦାସ ବର୍ମା କହିଛନ୍ତି, ମୁଖ୍ୟମନ୍ତ୍ରୀ କଣ ଏହା ଉପରେ ସମୀକ୍ଷା କଲେଣି କି? ମୁଖ୍ୟ ଶାସନ ସଚିବ ସମୀକ୍ଷା କରନ୍ତୁ । ଟନ ଟନ ମାଛ ଦୟାନଦୀରେ ମରିକି ଭାସୁଛନ୍ତି । ଏହି ବଡ ବିପର୍ଯୟ ସହ ଲଢିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେଉ । ଜଳ ସମ୍ପଦ, ନଗର ଉନ୍ନୟନ ଓ ଜଙ୍ଗଲ ପରିବେଶ ବିଭାଗ ମିଳିତ ଭାବେ ସ୍ଥାୟୀ ପ୍ଲାନ କରନ୍ତୁ । ଏବେର ପରିସ୍ଥିତିର ପ୍ରଭାବ କଣ ପଡୁଛି ତା ଉପରେ ଜଙ୍ଗଲ ଓ ପରିବେଶ ବିଭାଗ ସହ ଚିଲିକା ଉନ୍ନୟନ ପରିଷଦ ସମୀକ୍ଷା କରିବା ପାଇଁ ଟାସ୍କ ଫୋର୍ସ କରନ୍ତୁ । କଣାସ ସିଏଚସିରେ ସ୍ୱତନ୍ତ୍ର ବ୍ୟବସ୍ଥା ସହ ପୀଡିତଙ୍କ ତାଲିକା, ତୁରନ୍ତ ଚିକିତ୍ସା, ସ୍ୱତନ୍ତ୍ର ମେଡିକାଲ ଟିମ ପ୍ରଭାବିତ ଅଞ୍ଚଳରେ 24 ଘଣ୍ଟା ରହଣି ସହ ବିଶୁଦ୍ଧ ପାଣି ଯୋଗାଇ ଦିଆଯାଉ । ନବୀନ ପଟ୍ଟନାୟକ ସରକାରରେ ଯେଉଁ ସବୁ ପାନୀୟ ଜଳ ପ୍ରକଳ୍ପର କାମ ୯୦% ସରିଛି, ତାହା ଏବେ ସମ୍ପୂର୍ଣ୍ଣ ହେଉ । ପଂଚାୟତିରାଜ ବିଭାଗ ଏହି ସବୁ ଟେଣ୍ଡର ଦେଖନ୍ତୁ । ପାଣି ଟାଙ୍କିର କେବଳ ରଙ୍ଗ ବଦଳା ଯାଉଛି, ଇଟା ଟାଏ ଥୋଇବା କାମ ହୋଇନି । ପୁରୀ ଜିଲ୍ଲାର ମେଗା ଜଳ ପ୍ରକଳ୍ପ କାମ ଠିକ ସମୟରେ ସାରନ୍ତୁ । ଏହା ଜିଲ୍ଲା ନୁହେଁ, ସାରା ଚିଲିକାର ଜୈବ ବିଭିଧତାର ସମସ୍ୟା । ସରକାରଙ୍କୁ ନିବେଦନ, ଦୀର୍ଘ ଓ କ୍ଷୁଦ୍ର ଯୋଜନା ସହ ଚିକିତ୍ସା ଯୋଗାନ୍ତୁ ଭଳି ବିସ୍ତୃତ ତଥ୍ୟ ସହ ସରକାର କ’ଣ କରିବା ଉଚିତ ସେ ପ୍ରସଙ୍ଗ ରଖିଛନ୍ତି । ଗଙ୍ଗୁଆ ନଦୀ ନାଳ ହୋଇ ଗଲାଣି । ଭୁବନେଶ୍ୱରର ନାଳ ପାଣି ଗଙ୍ଗୁଆରେ ମିଶୁଛି । ନବୀନ ପଟ୍ଟନାୟକ 100 କୋଟିର ପ୍ରକଳ୍ପ କରିଥିଲେ । ହେଲେ ଏବେ ତାହା ଠପ ହୋଇଯାଇଛି । ଜିଲ୍ଲାପାଳଙ୍କୁ ବିଧାୟକ ଫୋନ କଲେ, ଅଧ ଘଣ୍ଟାରେ ପୁରୀରୁ ପିପିଲି ପହଂଚି ଯାଉଛନ୍ତି । ହେଲେ ଲୋକଙ୍କ ପାଖକୁ ଯାଉ ନାହାନ୍ତି । ନବୀନ ସରକାର ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଇଁ ଅନୁମୋଦନ ଦେଇଥିଲେ । କେବେ ସୁଦ୍ଧା ମୋହନ ସରକାର ଏହା କରିବେ । ଲୋକଙ୍କ ଭରସା ମୋହନ ମାଝୀ ସରକାର ଉପରୁ ଉଠି ଗଲାଣି କହିଛନ୍ତି ରୁଦ୍ର ମହାରଥୀ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *