ଧୋକା ଦେଉଛି ଗୁଗୁଲ୍ ମ୍ୟାପ୍

ଦୁଇ ବିଦେଶୀଙ୍କୁ ଧୋକା ଦେଲା ଗୁଗୁଲ ମ୍ୟାପ । କାଠମାଣ୍ଡୁ ବଦଳରେ ବାଟବଣା ହୋଇ ଉତ୍ତରପ୍ରଦେଶରେ ପହଞ୍ଚିଲେ । କିଛି ସ୍ଥାନରେ ଗୁଗୁଲ ମ୍ୟାପ ସାହାର୍ଯ୍ୟରେ ଅଜଣା ଅଚିହ୍ନା ସ୍ଥାନରେ ଅତି ସୁରୁଖୁରରେ ପହଞ୍ଚି ହେଉଥିବା ବେଳେ ଆଉ ଆଖପାଖ ଲୋକଙ୍କୁ ଠିକଣା ପଚାରିବାକୁ ପଡ଼ୁନି । କିନ୍ତୁ କିଛି ସ୍ଥାନରେ ଠିକ ଏହାର ଓଲଟା ଘଟୁଛି । ୟୁପିର ଅଧାଗଢା ବ୍ରିଜ ମୁଣ୍ଡରେ କାର ପହଞ୍ଚାଉଛି ଗୁଗୁଲ। ଫଳରେ ବଡ ଦୁର୍ଘଟଣା ଘଟି ମୃତ୍ୟୁ ମୁଖରେ ପଡ଼ୁଛନ୍ତି ପର୍ଯ୍ୟଟକ । କେବେ ପୁଣି ଆସାମ ପୁଲିସକୁ ନାଗାଲାଣ୍ଡରେ ପହଞ୍ଚାଇ ବାରୁ ପୁଲିସକୁ ଚୋର ଭାବି ମାଡ଼ ମାରୁଛନ୍ତି ଲୋକ । ଏବେ ଦୁଇ ବିଦେଶୀ ସାଇକେଲ ଯାତ୍ରୀଙ୍କ ଗନ୍ତବ୍ୟସ୍ଥଳ ବଦଳାଇ ଦେଇଛି ଗୁଗୁଲ । ୨ ଫରାସୀ ପର୍ଯ୍ୟଟକ ବ୍ରାଏନ ଜାକ୍ସ ଗିଲବର୍ଟ ଏବଂ ସେବାଷ୍ଟିଆନ ଫ୍ରାଙ୍କୋଇସ ଗାବ୍ରିଏଲ ସାଇକେଲରେ ଦିଲ୍ଲୀରୁ କାଠମାଣ୍ଡୁ ଯାତ୍ରା କରୁଥିଲେ । ସେମାନେ ଫ୍ରାନ୍ସରୁ ଦିଲ୍ଲୀ ଆସିଥିଲେ ।ଏବଂ ତନକପୁର ପିଲିଭିଟି ଦେଇ ନେପାଳର କାଠମାଣ୍ଡୁ ଯାଇଥାନ୍ତେ । କିନ୍ତୁ ରାତିରେ ଗୁଗୁଲ ମ୍ୟାପ ତାଙ୍କୁ ଚୁରାଇଲି ଡ୍ୟାମ ପାଖେ ପହଞ୍ଚାଇଥିଲା । ଭାଷା ସମସ୍ୟା ସତ୍ତ୍ୱେ ସ୍ଥାନୀୟ ଲୋକ ତାକୁ ଚୁରାଇଲି ପୁଲିସ ଆଉଟପୋଷ୍ଟ କୁ ନେଇଥିଲେ । ଏଠି ତାଙ୍କ ସହ ଅବଶ୍ୟ କିଛି ଖରାପ ବ୍ୟବହାର ହୋଇନାହିଁ । ଗ୍ରାମ ମୁଖିଆଙ୍କ ଘରେ ରାତିରେ ଅତିଥି ହୋଇଥିଲେ ବିଦେଶୀ । ତା ପରଦିନ ଅର୍ଥାତ ଶୁକ୍ରବାର ସେମାନଙ୍କୁ ପୁଲିସ କାଠମାଣ୍ଡୁ ରାସ୍ତା ବତାଇଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *