କୋଟପାଡ଼ ବ୍ଲକର ବତାସନା ପଞ୍ଚାୟତ ରେ କାର୍ଯ୍ୟରତ ଜିଆରେସଙ୍କୁ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଆଜି ଭୋର୍ ସକାଳୁ ସକାଳୁ ଭିଜଲାନ୍ସ ର ରେଡ଼ କରିଛି। ଭିଜିଲାନ୍ସ ର ୭ ଗୋଟି ଟିମ ରେ ୬୦ ଜଣ ଅଧିକାରୀ ଏକ କାଳୀନ ଭାବେ ୪ଟି ସ୍ଥାନରେ ରେଡ଼ ଚାଲିଛି।ବୋରିଗୁମ୍ମା ବ୍ଲକ ଚମ୍ପିଆ ସ୍ଥିତ ନିଜ ବାସଭବନ,ଚମ୍ପିଆ ସ୍ଥିତ କାଜୁମିଲ ଏବଂ ବୋରିଗୁମ୍ମା ସହର ପାଇଲୁ ସାହିରେ ଥିବା ତାଙ୍କ ତିନି ମହଲା ବିଶିଷ୍ଟ କୋଠା ସହ ବତାସନା ସରକାରୀ କାର୍ଯ୍ୟାଳୟ ରେ ରେଡ଼ ହୋଇଥିଲା । ଜିଆର ଏସ ଜଣକ ହେଲେ କୋଟପାଡ ବ୍ଲକ ରେ କାର୍ଯ୍ୟରତ ପାର୍ଥ ସାରଥୀ ବିଶୋଈ । ୧୪ ବର୍ଷ ଧରି GRS ଭାବେ କାର୍ଯ୍ୟ କରିଥିବା ବେଳେ ଗତ ୬ମାସ ତଳେ ସେ କୋଟପାଡ଼ ବ୍ଲକ ର ବତାସନା ପଞ୍ଚାୟତ ରେ ADEO ଭାବେ ସ୍ଥାୟୀ କର୍ମଚାରୀ ହୋଇଥିଲେ।କମ ଦରମା ସ୍ଵତ୍ତ୍ୱେ ଅପର୍ଯ୍ୟାପ୍ତ ସମ୍ପତ୍ତି ଅନେକ କୋଠା ବାଡ଼ି ,ଅନେକ ଦାମୀ ଗାଡି ତାଙ୍କ ପାଖରେ ଥିବା ନେଇ ଭିଜିଲାନ୍ସ ରେ ଅଭିଯୋଗ ହୋଇଥିଲା।ଅଭିଯୋଗ ପରେ ଆଜି ସକାଳ ଠାରୁ ଭିଜିଲାନ୍ସ ରେଡ଼ ଚାଲିଛି ।ବର୍ତ୍ତମାନ ପର୍ଯ୍ୟନ୍ତ ୫ ରୁ ଅଧିକ ପ୍ଲଟ ର ଡକୁମେଣ୍ଟ ,ଜମି ପଟ୍ଟା ଜବତ।ନବରଙ୍ଗପୁର ରେ ଥିବା ଗୋଟିଏ ପ୍ଲଟ ହିଁ ୪୦ ଲକ୍ଷ ଟଙ୍କା ହେବା ନେଇ ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି ।ନଗଦ ୨ଲକ୍ଷ ୪୫ହଜାର ଟଙ୍କା କିଛି ସୁନା ଅଳଙ୍କାର ବାହାରିଥିବା ସୂଚନା ମିଳିଛି।ଏବେ ବି ଭିଜଲାନ୍ସ ରେଡ଼ ଜାରି ରହିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now