+୨ ପରୀକ୍ଷା ଆରମ୍ଭ

ଆଜିଠୁ ଆରମ୍ଭ ହେଲା +୨ ପରୀକ୍ଷା। ପ୍ରଥମ ଦିନରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିବାବେଳେ ଆସନ୍ତାକାଲି ଅର୍ଥାତ ୧୯ ତାରିଖରୁ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ। ୨୦ ତାରିଖରୁ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଚଳିତବର୍ଷ ମୋଟ ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ ଦେଉଛନ୍ତି ପରୀକ୍ଷା। କଳାରେ ସର୍ବାଧିକ ୨ ଲକ୍ଷ ୪୭ ହଜାର ୩୯୧, ବିଜ୍ଞାନରେ ୧ ଲକ୍ଷ ୧୪ ହଜାର ୯୮୦, ବାଣିଜ୍ୟରେ ୨୫ ହଜାର ୫୨୬, ଧନ୍ଦା ମୂଳକରେ ୫ ହଜାର ୭୨୧ ଜଣ ପରୀକ୍ଷାର୍ଥୀ ରହିଛନ୍ତି। ଏଥର ୨୦୫ଟି ହବ୍ କରାଯାଇଛି। ଚଳିତବର୍ଷ ୧୨୬୭ଟି ପରୀକ୍ଷା କେନ୍ଦ୍ର ହୋଇଛି, ଯାହାକି ୨୦୫ଟି ହବ ଅଧୀନରେ ରହିଛି। ପ୍ରଥମ ଦିନରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କର ଓଡ଼ିଆ ପରୀକ୍ଷା ରହିଥିଲା। ଗଂଜାମ ଜିଲ୍ଲା ରେ 83 ଗୋଟି ସେଣ୍ଟର ଅନୁଷ୍ଠିତ ହୋଇଥିବାବେଳେ, 16 ଗୋଟି ହବ ରହିଛି । ସେହିପରି ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ୩୯୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଶୃଙ୍ଖଳିତ ପରୀକ୍ଷା ଦେବା ଲକ୍ଷରେ ମହାବିଦ୍ୟାଳୟ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅନୁଗୁଳ ସ୍ଵୟଂଶାସିତ ସରକାରୀ ମହାବିଦ୍ୟାଳୟର +୨ ବିଜ୍ଞାନ ଛାତ୍ର ଛାତ୍ରୀ ମାନେ ପରିକ୍ଷାରେ ଭଲ କରିଥିବା ପ୍ରକାଶ କରିଛନ୍ତି । ବାସୁଦେବପୁରରେ ଥିବା ବିଭିନ୍ନ ମହାବିଦ୍ୟାଳୟରେ  ପରୀକ୍ଷା ଦେଇଫେରୁଥିବା ପରୀକ୍ଷାର୍ଥୀଙ୍କ ମନରେ ବେଶ ଉତ୍ସାହ ଥିବା କହିଛନ୍ତି।

ସେହିପରି ଯାଜପୁର ଜିଲ୍ଲା ଛତିଆ ସ୍ଥିତ ମହାପୁରୁଷ ହାଡ଼ି ଦାସ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପରୀକ୍ଷା ବିଜ୍ଞାନ ବିଭାଗ ର ମୋଟ ୨୨୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଏହି ପରୀକ୍ଷା କେନ୍ଦ୍ରରେ ଚଣ୍ଡିଖୋଲ ଏକଲବ୍ୟ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ମଧ୍ୟ ପରୀକ୍ଷା ଦେଇଥିବା ସୂଚନା। ଗୁଣପୁର କଲେଜ ରେ କଡ଼ା ସୁରକ୍ଷାରେ ପ୍ରଥମ ଦିନରେ ପରୀକ୍ଷା ଶେଷ ହୋଇଛି।  ସେହିପରି ପଦ୍ମପୁର ଆରଜି କଲେଜ ହବ ରୁ କଡ଼ା ସୁରକ୍ଷା ରେ ଗୁଡ଼ାରୀ ଓ ଖିଲାମୁଣ୍ଡା କଲେଜ ସେଣ୍ଟର୍  କୁ ପ୍ରଶ୍ନପତ୍ର ଯାଇଥିଲା। ସେପଟେ କେନ୍ଦୁଝର ଧରଣୀଧର ବିଶ୍ଵ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ପରୀକ୍ଷାରେ ୫ଶହ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଧରଣୀଧର ଯୁକ୍ତ ୨ ବିଦ୍ୟାଳୟ ସହିତ ଅନ୍ୟ ୩ଟି ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଏଠାରେ ପରୀକ୍ଷା ଦେଉଛନ୍ତି । ବୁଗୁଡା ବ୍ଳକ ଅଧିନସ୍ତ ବିରଞ୍ଚିପୁର ପଞ୍ଚାୟତ ଅଧିନରେ ଥିବା ପିପୁଲସ କଲେଜ ରେ ମଧ୍ୟ +2 ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

ଉତ୍ତରପତ୍ର ଓ ପ୍ରଶ୍ନପତ୍ର ସକାଳ ୮ଟା ୩୦ ମଧ୍ୟରେ ହବରୁ ପରୀକ୍ଷା କେନ୍ଦ୍ରରେ ପହଁଚିବ । ସକାଳ ୯ଟା ୩୦ରେ ପ୍ରଶ୍ନପତ୍ର ଖୋଲାଯିବ। ୯ଟା ୪୫ରେ ଉତ୍ତର ଖାତା ଦିଆଯିବ ଓ ୯ଟା ୫୫ରେ ପ୍ରଶ୍ନପତ୍ର ଦିଆଯିବ। ପରୀକ୍ଷା ସମୟ ୩ ଘଣ୍ଟା ଥିବାବେଳେ ତା’ ପୂର୍ବରୁ ଯଦି କେହି ପରୀକ୍ଷା ଖାତା ଦିଅନ୍ତି ତେବେ ତାଙ୍କୁ ପ୍ରଶ୍ନପତ୍ର ନେବାକୁ ଅନୁମତି ମିଳିବନି। ପ୍ରଶ୍ନପତ୍ର ପ୍ରଘଟ ରୋକିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି। ପରୀକ୍ଷା କେନ୍ଦ୍ରରେ ନିୟୋଜିତ ନିରୀକ୍ଷକ, ଅଧ୍ୟାପକ, ଅଧ୍ୟାପିକା, ସ୍କ୍ବାଡ୍‌ ମୋବାଇଲ ବ୍ୟବହାର କରିପାରିବେ ନାହିଁ। ଚଳିତ ବର୍ଷ ପ୍ରଥମଥର ଜିଲାସ୍ତରରେ ମଧ୍ୟ ସ୍କ୍ବାର୍ଡ ଗଠନ କରାଯାଇଛି। ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ପରିଷଦ ପକ୍ଷରୁ ନିର୍ଦେଶ ଦିଆଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *