ଖବର ପ୍ରସାରଣ ପରେ ଜିରା ନଦୀରେ ଜିଲ୍ଲାପାଳଙ୍କ ସ୍ଥିତି ଅନୁଧ୍ୟାନ

ନକ୍ଷତ୍ର ନିଉଜର ମହାପ୍ରଭାବ। ଖବର ପ୍ରସାରଣ ପରେ ବରଗଡ଼ ଜିରା ନଦୀରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ। ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ସହ ଉପଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ ଓ ବିଭାଗୀୟ ଅଧିକାରୀ ପହଞ୍ଚି ଜିରା ନଦୀର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜିରା ନଦୀର ବିଷାକ୍ତ ଜଳକୁ କିଭଳି ବିଶୁଦ୍ଧ କରାଯିବା ସହ ବ୍ୟବହାର ଉପଯୋଗୀ କରାଯିବ ଓ ଜିରା ନଦୀକୁ ଉଦ୍ଧାର କରାଯିବ ସେନେଇ ଆଲୋଚନା କରିଛନ୍ତି । ଲୋକଙ୍କ ସମସ୍ୟା ଓ ବରଗଡ଼ର ଲାଇଫ ଲାଇନ ଜିରା ନଦୀକୁ ପ୍ରଦୂଷିତ କରାଯାଉଥିବା ନେଇ ଦୁଇ ଦିନ ତଳେ ଖବର ପ୍ରସାରଣ କରିଥିଲା ନକ୍ଷତ୍ର ନିଉଜ । ତେବେ ଖୁବ୍ ଶୀଘ୍ର ଜିରା ନଦୀର ବିଷାକ୍ତ ଜଳକୁ ବିଶୁଦ୍ଧ କରାଯିବ ଓ ପ୍ରଦୂଷଣ ମୁକ୍ତ କରାଯିବ ବୋଲି ବରଗଡ଼ ଜିଲ୍ଲାପାଳ କହିଛନ୍ତି ।

ଅନ୍ୟପକ୍ଷରେ ଜୀରାନଦୀର ସୁରକ୍ଷା ପାଇଁ ସ୍ଥାନୀୟ ଲୋକେ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି। ଦାବି ଜୋର ଧରିବା ସମୟରେ ବିଭାଗୀୟ ଅଧିକାରୀ ଚିରାଚରିତ ଢଙ୍ଗରେ କ୍ଷେତ୍ର ପରିଦର୍ଶନ କରୁଛନ୍ତି ଏବଂ ନଦୀର ସୁରକ୍ଷା ପାଇଁ ବିହିତ ପଦକ୍ଷେପ ନିଆଯିବ ବୋଲି ସହରବାସୀଙ୍କୁ ଆଶ୍ୱାସନା ଦେଇ ଆସୁଛନ୍ତି। ଏପରିକି ସହରରୁ ନିଷ୍କାସିତ ନର୍ଦ୍ଦମା ପାଣିକୁ ଟ୍ରିଟମେଣ୍ଟ ପ୍ଲାଣ୍ଟ ଦ୍ୱାରା ସଫା କରାଯିବା ପରେ ନଦୀକୁ ଛଡ଼ାଯିବ ବୋଲି ମଧ୍ୟ ବହୁପୂର୍ବରୁ ବିଭାଗୀୟ ଅଧିକାରୀ କହି ଆସୁଛନ୍ତି। ମାତ୍ର ତାହା ଏଯାଏ ହୋଇନଥିବା ଅଭିଯୋଗ ହୋଇଛି । ତେବେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଗଠନ ଜୀରାନଦୀର ବଞ୍ଚାଅ ଅଭିଯାନ ଆରମ୍ଭ କରିବା ସହ ସୁରକ୍ଷା ଦାବି କରିଛି।  ସଂଗଠନର ରାଜ୍ୟ ଅଧ୍ୟକ୍ଷ ତଥା ମହାନଦୀ ବଞ୍ଚାଅ ଅଭିଯାନର ମୁଖ୍ୟ ସୁଦର୍ଶନ ଦାସ, ଜିଲା ସଂଯୋଜକ ପାଣ୍ଡବ କର୍ଣ୍ଣଙ୍କ ନେତୃତ୍ୱରେ ଏକ ପଦଯାତ୍ରା ସହିତ ଜୀରାନଦୀକୁ ଯାଇ ସେଠାରେ  ଜୀରାନଦୀର ସୁରକ୍ଷା ପାଇଁ ହାତରେ ପାଣି ଧରି ଶପଥ ନେଇଥିଲେ। ଆଗାମୀ ଦିନରେ ଯଦି ଜିରା ନଦୀର ସୁରକ୍ଷା କରାନଯାଏ ତାହେଲେ ସମସ୍ତ ବରଗଡ଼ ବାସୀଙ୍କୁ ଏକଜୁଟ କରି ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି ।

ତେବେ ଜିଲ୍ଲା ପ୍ରଶାସନ ଜିରା ନଦୀର ପୁନଃରୁଦ୍ଧାର କେବେ କରୁଛି ଏବଂ ଜିରା କେବେ ନୂଆଁ ଜୀବନ ପାଉଛି ତାହା ଦେଖିବାକୁ ବାକି ରହିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *