ନିଶା ଦେଇ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଦୁଷ୍କର୍ମ ଘଟଣାରେ ନକଲି ଡାକ୍ତରଙ୍କ ସମେତ ଦୁଇ ମହିଳା ଗିରଫ । ଗିରଫ ନକଲି ଡାକ୍ତର ହେଲେ ଭବାନୀ ଶଙ୍କର ଦାସ । ଜଣେ ଅଙ୍ଗନୱାଡ଼ି କର୍ମୀଙ୍କ ଜରିଆରେ ପୀଡ଼ିତାଙ୍କ ମା ଙ୍କ ସଂସ୍ପର୍ଶରେ ଆସିଥିଲେ । ଭବାନୀ ଗରୀବ ମାନଙ୍କୁ ମାଗଣାରେ ଶିକ୍ଷା ସହ ଅନ୍ୟାନ୍ୟ ସୁବିଧା ଦିଅନ୍ତି ବୋଲି ପୀଡ଼ିତାଙ୍କ ମାଙ୍କୁ କହିଥିଲେ ଅଙ୍ଗନୱାଡ଼ି କର୍ମୀ । ପୀଡ଼ିତା, ପୀଡ଼ିତାଙ୍କ ମା ଓ ଭଉଣୀ କୋର୍ଟପେଟା ଛକ ସ୍ଥିତ ରାଜାରାଣୀ ଆପାର୍ଟମେଣ୍ଟରେ ଥିବା ବାଜପେୟୀ ଆରୋଗ୍ୟଧାମରେ ପହଞ୍ଚି ଭବାନୀଙ୍କୁ ସାକ୍ଷାତ କରିଥିଲେ । ଭବାନୀ ପୀଡ଼ିତାଙ୍କୁ ବିଏସସି ନର୍ସିଂ ଡିଗ୍ରୀ ସହ ସମସ୍ତ ସୁବିଧା ଦେବା ପାଇଁ ପୀଡ଼ିତାଙ୍କ ପରିବାରକୁ କହିଥିଲେ । ଗତ ୨୩ ତାରିଖରେ ବାଜପେୟୀ ଆରୋଗ୍ୟଧାମରେ ଜଏନ୍ କରିବା ପାଇଁ ପୀଡ଼ିତା ନିଜ ସମ୍ପର୍କୀୟଙ୍କ ସହ ଆସିଥିଲେ । ସନ୍ଧ୍ୟା ୫ଟାରେ ପୀଡ଼ିତାଙ୍କୁ ତାଙ୍କ ପରିବାର ଲୋକେ ବାଜପେୟୀ ଆରୋଗ୍ୟଧାମରେ ଛାଡ଼ି ଚାଲିଯାଇଥିଲେ । ସନ୍ଧ୍ୟା ୭ଟାରେ ଭବାନୀ ପୀଡ଼ିତାଙ୍କୁ ରାଜାରାଣୀ ଆପାର୍ଟମେଣ୍ଟର ୩୦୨ ନମ୍ବରକୁ ନେଇଯାଇଥିଲେ । ସେହି ରୁମରେ ପ୍ରିୟଙ୍କା ସାହୁ ନାମକ ଜଣେ ଯୁବତୀ ତଥା ଭବାନୀଙ୍କ ସହଯୋଗୀ ପାଣିରେ ନିଶା ମିଶାଇ ପିଇବାକୁ ପୀଡ଼ିତାଙ୍କୁ ଦେଇଥିଲେ । ପୀଡ଼ିତା ସେହି ପାଣି ପିଇବା ପରେ ଦୁର୍ବଳ ସହ କଥା ନ କହି ପାରି ଅସ୍ଥିର ହୋଇପଡିଥିଲେ । ଏହାର ସୁଯୋଗ ନେଇ ଭବାନୀ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ । ଘଟଣା ପରେ ନିଜ ପରିବାରକୁ ପୀଡ଼ିତା ଜଣାଇବା ପରେ ଏନେଇ ପୀଡ଼ିତା ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଭବାନୀ ଶଙ୍କର ଦାସ, ଅଙ୍ଗନୱାଡ଼ି କର୍ମୀଙ୍କ ସହ ପ୍ରିୟଙ୍କା ସାହୁଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଭବାନୀ ଜଣେ ନକଲି ଡାକ୍ତର ଥିବା ବେଳେ ନକଲି ହୋମିଓପାଥି ଡ଼ିଗ୍ରୀ ରଖିଥିବା ପୋଲିସ ତଦନ୍ତରେ ଜାଣିବାକୁ ପାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now