ସ୍ପର୍ଶ କରିଛି ପବିତ୍ର ଶ୍ରାବଣ ମାସ। ଏବଂ ଉତ୍କଣ୍ଠାର ସହିତ ଆରମ୍ଭ ହୋଇଛି କାଉଡିଆଙ୍କ ପବିତ୍ର ବୋଲବମ ମାସ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ବିଭିନ୍ନ ଅଂଚଳରେ ବୋଲବମ ଭକ୍ତ ମାନେ ଧଣ୍ଡା ପୂଜା କାର୍ଯ୍ୟ କରି ବ୍ରତ ଧାରଣ କରିଛନ୍ତି। ମାସେ ପର୍ଯ୍ୟନ୍ତ ନିଷ୍ଠାର ସହିତ ସେମାନେ ବ୍ରତଧାରଣ କରି ବାବା ମହେଶ୍ୱରଙ୍କ ପୂଜାରେ ରହିବେ। ନୀତିକ୍ରାନ୍ତିର ସହିତ ଶ୍ରାବଣ ମାସର ପ୍ରଥମ ଦିନରେ ଏହି ବ୍ରତ ଧାରଣ ଉତ୍ସବ ଅନୁଷ୍ଠିତ ହୋଇଛି। କପିଳାସର ବାବା ଚନ୍ଦ୍ରଶେଖର, କୁଆଳୋର ବାବା ଅଷ୍ଟଶମ୍ଭୁ, ତେନ୍ତୁଳିସିଙ୍ଗାର ବାବା ରାମେଶ୍ଵର, ଚାନ୍ଦପୁରର ବାବା ସ୍ଵପ୍ନେଶ୍ଵର, ଭୁବନର ବୁଦ୍ଧେଶ୍ୱର ଆଦି ପୀଠ ଚଳଚଞ୍ଚଳ ହୋଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now