ଅଟୋ ପିକଅପ ଭ୍ୟାନ ମୁଁହା ମୁଁହି ଧକ୍କା, ଜଣେ କାଉଡିଆ ମୃତ ୬ ଜଣ ଗୁରୁତର

ଅଟୋ ପିକଅପ ଭ୍ୟାନ ମୁଁହା ମୁଁହି ଧକ୍କା। ଜଣେ କାଉଡିଆ ମୃତ ୬ ଜଣ କାଉଡିଆ ଗୁରୁତର। ଶ୍ରାବଣ ମାସ ର ଦ୍ୱିତୀୟ ସୋମବାର ରେ କଣ୍ଟିଲୋ ମହାନଦୀ ଘଟରୁ କାଉଡିଆ ମାନେ ପାଣି ଆଣି ଲଡ଼ୁବାବା ଙ୍କ ନିକଟରେ ଜଳଲାଗି କରନ୍ତି। ଚାଲି ନପାରିବାରୁ ୭ ଜଣ ପୁରୁଷ ମହିଳା କାଉଡିଆ ସଦରଥାନା ଅନ୍ତର୍ଗତ ପାଣିପଇଲା ରୁ ଅଟୋରେ ଆସିଲେ। ସେମାନେ ହେଲେ କଟକ ଜ଼ିଲ୍ଲା ନରସିଂହପୁର ଥାନା ଅଂଚଳ ର ରିଙ୍କୁ ଗୁରୁ, ସରଣକୁଳ ଥାନା ହରିପୁର ର ଦୀପକ ପ୍ରଧାନ, କଟରାଝରି ଗାଁ ର ପୂଜା ସ୍ୱାଇଁ, ବିଟଳଗାଡ଼ିଆ ର ରାମ ଦାସ, ହରିପୁର ର ଝରଣା ଦାସ ଓ ଖୋର୍ଦ୍ଧା ଜ଼ିଲ୍ଲା ସ୍ବପ୍ନଶ୍ୱରପୁର ର ଗୀତାଞ୍ଜଳି ସୁନ୍ଦରା  ସଦରଥନା ଅନ୍ତର୍ଗତ ପାଣିପଇଲା ଗାଁ ବାବନ ପଢିଆରି ଙ୍କ ଅଟୋଚାଳକ। ସରଣକୁଳ ଥାନା ଅନ୍ତର୍ଗତ ଦରପଦା ନିକଟରେ ଦ୍ରୁତ ଗତିରେ ଏକ ପିକଅପ ଭ୍ୟାନ ଟି ଅଟୋକୁ ମୁଁହମୁହିଁ ଧକ୍କା କରିଥିଲା। ଅଟୋରେ ଥିବା ୭ ଜଣ ଗୁରୁତର ହୋଇ ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ। ଡାକ୍ତର ସରଣକୁଳ ଥାନା କଟରାଝରି ର ପୂଜା ସ୍ୱାଇଁ କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୬ ଜଣ ଗୁରୁତର ଥିବାରୁ ଡାକ୍ତର ଭୁବନେଶ୍ୱର ସ୍ଥାନାନ୍ତରିତ କରିଛନ୍ତି। ଖବରପାଇ ସରଣକୁଳ ଥାନା ପୋଲିସ ଦୃଘଟଣା ସ୍ଥଳରେ ପଂହଁଚି ତଦନ୍ତ ଚଳାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *