ସଂସଦରେ ନୂଆ ଆୟକର ବିଲ୍‌ ପାରିତ

ସଂସଦରେ ନୂଆ ଆୟକର ବିଲ୍‌ ପାରିତ ହୋଇଛି । ଗତକାଲି ଲୋକସଭା ପରେ ଆଜି ରାଜ୍ୟସଭାରେ ପାରିତ ହୋଇଛି ନୂଆ ଆୟକର ବିଲ୍-୨୦୨୫ । ଏଣିକି ପୂର୍ବ ଅପେକ୍ଷା ଆୟକର ବ୍ୟବସ୍ଥା ଅଧିକ ସରଳ ହୋଇପାରିବ । ୬୦ ବର୍ଷ ପୁରୁଣା ଆୟକର ନିୟମ ସ୍ଥାନରେ ଏହି ନୂଆ ଆୟକର ବିଲ୍‌ ଲାଗୁ ହେବ । ଦେଶର ଟିକସ ବ୍ୟବସ୍ଥାକୁ ଅପଡେଟ ଏବଂ ସରଳୀକରଣ କରିବାରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ନରେ ଏହି ବିଧେୟକ ଆଗତ କରିବା ପରେ ଏହା ଉପରେ ଆଲୋଚନା ହୋଇଥିଲା। ନୂତନ ଆୟକର ବିଲ-୨୦୨୫ ପ୍ରଥମେ ଗତ ଫେବୃୟାରୀ ୧୩ ତାରିଖରେ ଲୋକସଭାରେ ଉପସ୍ଥାପନ କରାଯାଇଥିଲା। କିନ୍ତୁ ଗତ ଶୁକ୍ରବାର ଅର୍ଥମନ୍ତ୍ରୀ ତାହାକୁ ପ୍ରତ୍ୟାହାର କରିନେଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *