ଆଜି ବରଗଡ଼ ଆସିବେ ମୁଖ୍ୟମନ୍ତ୍ରୀ । ଧନୁଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ୍ ମାଝୀ। ଆଜି ଚାରି ଟାରେ ବରଗଡ଼ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ବିକାଶ ସ୍କୁଲ ର ଅସ୍ଥାୟୀ ହେଲିପଡ ରେ ହେଲିକପ୍ଟର ଯୋଗେ ସେ ପହଞ୍ଚିବେ। ସନ୍ଧ୍ୟା 6 ଟାରେ ମହାରାଜା କଂସଙ୍କ ରାଜ ଦରବାରରେ ସେ ଯୋଗଦେବେ ।ଏଥିପାଇଁ ପୁରା ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବ୍ୟବସ୍ଥା କୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି ।ସହରର ପ୍ରତ୍ୟେକ ଛକରେ CCTV ଲଗାଯାଇଛି ,25 ପ୍ଲାଟୁନ ଫୋର୍ସ,100 ଜଣ ବରିଷ୍ଠ ଅଧିକାରୀ ମୃତୟନ ହୋଇଛନ୍ତି। ଲୋକମାନେ କିଭଳି ଶାନ୍ତି ଶୃଙ୍ଖଳା ସହ ଧନୁଯାତ୍ରା ଦେଖିବେ ସେଥିପାଇଁ ପୋଲିସ୍ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଉତ୍ତରାଞ୍ଚଳ ଆଇଜି ଓ ବରଗଡ଼ ଏସପି କହିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କୁ ନେଇ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ କହିଛନ୍ତି ଯେ ଏହା ଆମ ପାଇଁ ଗର୍ବର କଥା , ଗତ ବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀ ଆସିଥିଲେ ଓ ଆଜି ମଧ୍ୟ ଆସୁଛନ୍ତି । ଧନୁଯାତ୍ରା ମାଧ୍ୟମରେ ବରଗଡ଼ର ବିକାଶ ହେଉଛି ବୋଲି ବିଧାୟକ କହିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now