କୁଶଭଦ୍ରା ନଦୀରେ ଘାଇ

କୁଶଭଦ୍ରାରେ ଘାଇ ପରେ ଗୋପ୍ ଓ କଣାସ ବ୍ଲକରେ ବ୍ୟାପକ କ୍ଷତି ହୋଇଛି। କୁଶଭଦ୍ରା ନଦୀର ଖଣ୍ଡିଆକୁଦରେ ଘାଇ ହେବା ଫଳରେ ପ୍ରଶାସନକୁ ଚିନ୍ତା ଘାରିଛି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ପୁରୀ ଜିଲ୍ଲାପାଳ, ଏସପି ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ବିପନ୍ନଙ୍କ ପାଖରେ ଶୁଖିଲା ଖାଦ୍ୟରୁ ନେଇ ପିଇବା ପାଣି କିଭଳି ପହଞ୍ଚିବ, ତା ଉପରେ ଜୋର୍ ଦେଇଛନ୍ତି।

କୁଶଭଦ୍ରା ନଦୀରେ ଘାଇ। ବେଦପୁର, ନାଗପୁର, ଗଣେଶ୍ୱରପୁର, ଅନ୍ଧରା, ଇଛାପୁର, ରାହାଙ୍ଗଗୋରଡ଼ା ଓ ଡଭାର ଆଦି ୭ ଖଣ୍ଡ ପଞ୍ଚାୟତ ଲୋକେ ଏବେ ଜଳବନ୍ଦୀ। ବାହ୍ୟ ଜଗତରୁ ଏକରକମ ବିଛିନ୍ନ ହୋଇଯାଇଛନ୍ତି। ଘରଦ୍ୱାର ଛାଡ଼ି ବିପନ୍ନ ନଦୀବନ୍ଧରେ ଆଶ୍ରୟ ନେଇଛନ୍ତି। ଜଳମଗ୍ନ ପଞ୍ଚାୟତବାସୀଙ୍କ ପାଖରେ କିଭଳି ଖାଦ୍ୟରୁ ନେଇ ପାନୀୟଜଳ ପହଞ୍ଚିବ। କାରଣ ବିପନ୍ନଙ୍କ ପାଖରେ ପିଇବା ପାଣି ପହଞ୍ଚିନଥିବାରୁ ଡହଳବିକଳ ହେଉଥିବା ପ୍ରଶାସନର ନଜରକୁ ଆସିଛି। ସେମାନଙ୍କୁ କିଭଳି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ, ତାକୁ ନେଇ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାସ। ସାଙ୍ଗରେ ଜିଲ୍ଲାପାଳ, ଏସପି ଓ ପ୍ରଶାସନିକ ଅଧିକାରୀ ବି ଯାଇ ସ୍ଥିତି ପରଖିଛନ୍ତି।

ବନ୍ୟା ପାଣି କମିଲେ ଘାଇ ମରାମତି ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ୭ଟି ପଞ୍ଚାୟତର ପ୍ରାୟ ୫୦ହଜାରରୁ ବେଶୀ ଲୋକ ଏବେ ପ୍ରଭାବିତ ହୋଇଛନ୍ତି। ନଦୀରେ ଥିବା କଲଭର୍ଟଗୁଡ଼ିକ ମରାମତି ହୋଇନଥିବାରୁ ଏଭଳି ବିପଦ ମାଡ଼ିଆସିଛି ବୋଲି ବିପନ୍ନ ଅଭିଯୋଗ କରିଛନ୍ତି। କୁଶଭଦ୍ରା ନଦୀବନ୍ଧ ସୁଦୃଢ଼ କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଲୋକେ ତଥାପି ଜଳବନ୍ଦୀ।

କୁଶଭଦ୍ରାରେ ଘାଇ ଲାଗି ଗୋପ ଓ କଣାସ ଅଞ୍ଚଳ ବିଶେଷ ପ୍ରଭାବିତ ହୋଇଛି। ବିପନ୍ନଙ୍କ ଦୁର୍ଦ୍ଦଶା ବଢିଚାଲିଥିଲା ବେଳେ ଆଗକୁ ଆସୁଛି ଆଉ ଏକ ଲଘୁଚାପ। ଏହା ଆଗରୁ କିଭଳି ବିପନ୍ନଙ୍କ ପାଖରେ ସମସ୍ତ ମୌଳିକ ସୁବିଧା ପ୍ରଶାସନ ପହଞ୍ଚାଇବ, ତାହା ହିଁ ବଡ଼ ଟାସ୍କ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *