ଅବିବାହିତା ଗର୍ଭବତୀଙ୍କ ଗର୍ଭପାତ ମାମଲା: ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ଅବିବାହିତା ଗର୍ଭବତୀଙ୍କ ଗର୍ଭପାତ ମାମଲାରେ ରାୟ ସଂରକ୍ଷିତ। ସୁପ୍ରିମ କୋର୍ଟରେ ଅବିବାହିତ ମହିଳାଙ୍କ ୨୪ ସପ୍ତାହର ଗର୍ଭପାତ ପାଇଁ ହୋଇଥିବା ମାମଲାର ଶୁଣାଣି ଶେଷ ହୋଇଛି। କିନ୍ତୁ ରାୟ ଦେବା ପୂର୍ବରୁ କୋର୍ଟ ଏହାକୁ ସଂରକ୍ଷିତ ରଖିଛନ୍ତି।   ରାୟ ଆସିଲେ ଏହା ଅବିବାହିତ ଗର୍ଭବତୀ ମହିଳାଙ୍କ ଗର୍ଭପାତ ଉପରେ ନିୟମ ଜାରି ହେବ।

ଜଣେ ଅବିବାହିତ ଯୁବତୀ ତାଙ୍କ ୨୪ ସପ୍ତାହର ଗର୍ଭକୁ ଭେଷଜ ପଦ୍ଧତିରେ ନଷ୍ଟ କରିବାକୁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ମାମଲାର ପୂର୍ବ ଶୁଣାଣି କାଳରେ ସୁପ୍ରିମ କୋର୍ଟ କହିଥିଲେ କି, ମେଡିକାଲ ଟର୍ମିନେସନ ଅଫ ପ୍ରେଗ୍ନେନ୍ସି ଆକ୍ଟ ୨୦୨୧ରେ ଯେଉଁ ପରିବର୍ତ୍ତନ କରାଯାଇଛି, ଏହା ଅନ୍ତର୍ଗତ ଆକ୍ଟରେ ମହିଳା ଓ ତାଙ୍କ ପାର୍ଟନର ଶବ୍ଦର ବ୍ୟବହାର ହୋଇଥିଲା, ଯେଉଁଠି ସ୍ବାମୀଙ୍କ ନାମ ରହିବା କଥା। ତଥାପି ଅବିବାହିତ ମହିଳା ଏହି ଆକ୍ଟ ଅଧୀନରେ ଆସୁଛନ୍ତି।

ଜଷ୍ଟିସ ଚନ୍ଦ୍ରଚୁଡ ଶୁଣାଣି କାଳରେ କହିଥିଲେ କି, ମାମଲାରେ ଯାଚିକାକର୍ତ୍ତା ମହିଳାଙ୍କୁ ସେ ଅବିବାହିତ ଥିବାରୁ ତାଙ୍କୁ ଆକ୍ଟ ଅନ୍ତର୍ଗତ ମିଳୁଥିବା ସୁବିଧାରୁ ବଞ୍ଚିତ କରାଯାଇ ପାରିବ ନାହିଁ।  ଯେଉଁ ଆଇନ ରହିଛି ତାହା କେବଳ ବୈବାହିକ ସମ୍ପର୍କରେ ଅନିଚ୍ଛାକୃତ ଗର୍ଭବତୀ ପର୍ଯ୍ୟନ୍ତ ସିମିତ ନୁହେଁ।  ଏଥିସହ ଏହାକୁ ୨୦ ସପ୍ତାହ ପର୍ଯ୍ୟନ୍ତ ଗର୍ଭ ନଷ୍ଟ କରିବା ପର୍ଯ୍ୟନ୍ତ ସୀମିତ ରଖା ଯାଇ ପାରିବ ନାହିଁ। ଏପରି କରିବାରୁ ଅବିବାହିତ ମହିଳାଙ୍କ ସହ ଭେଦଭାବ ହେବ।

 ତେବେ ଆମ ଦେଶରେ ଗର୍ଭପାତକୁ ଆଇନଗତ ଅନୁମତି ରହିଛି, କିନ୍ତୁ ଏହାର ଅର୍ଥ ନୁହେଁକି ପୂର୍ଣ୍ଣ ସ୍ବାଧୀନତା ଓ ସ୍ବେଚ୍ଛାଚାରିତା ରହିଛି। ଭାରତରେ ମେଡିକାଲ ଟର୍ମିନେସନ ଅଫ ପ୍ରେଗ୍ନେନ୍ସି ଆକ୍ଟ ରହିଛି, ଯାହା ୧୯୭୧ରୁ ଲାଗୁ ହୋଇଛି।  ପରେ ୨୦୨୧ରେ ଏଥିରେ କିଛି ସଂଶୋଧନ ହୋଇଥିଲା। ୨୦ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତକୁ ଅନୁମତି ଦିଆଯାଇଥିଲା, କିନ୍ତୁ ୨୦୨୧ରେ ଏଥିରେ ସଂଶୋଧନ କରି ଏହି ସମୟ ସୀମାକୁ ୨୪ ସପ୍ତାହ କରାଯାଇଛି। ଖାଲି ଏଥିକି ନୁହେଁ, କିଛି ଖାସ ମାମଲାରେ ୨୪ ସପ୍ତାହ ପରେ ମଧ୍ୟ ଗର୍ଭପାତକୁ ଅନୁମତି ଦିଆଯାଇପାରେ।  

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *