ଗଞ୍ଜାମ: ପାଟପୁର ଥାନା ଜିଉରା ଛକ ନିକଟ ନୀଳକଣ୍ଠେଶ୍ଵର ମନ୍ଦିରରେ ଲୁଟ। ସୋମବାର ବିଳମ୍ବିତ ରାତିରେ କଳା କନା ବୁଲାଇଲେ ଦୁବୃର୍ତ୍ତ l ସୂଚନା ଅନୁଯାୟୀ, ସକାଳୁ ମନ୍ଦିରର ପୂଜାରୀ ମନ୍ଦିର ଖୋଲିବା ପାଇଁ ଆସିଥିଲେ। ସେହି ସମୟରେ ମନ୍ଦିରର ମୁଖ୍ୟ ତାଲା ଭଙ୍ଗା ଯିବା ସହ ଦାନ ହୁଣ୍ଡୀ ୨ ଟି ଭାଙ୍ଗି ପଡିଥିବା ଦେଖିବାକୁ ପାଇଥିଲେ। ଏହା ସହ ଦୁଇଟି ଷ୍ଟୋର ରୁମର ତାଲା ଭାଙ୍ଗି ମନ୍ଦିରରେ ବ୍ୟବହାର ହେଉଥିବା ପିତଳ ବାଲଟି, ଦାନ ହୁଣ୍ଡୀରୁ ଟଙ୍କା, ସାଉଣ୍ଡ ମେସିନ, ସହ ବିଭିନ୍ନ ସାମଗ୍ରି ଚୋରି ହୋଇଛି l ବିଭିନ୍ନ ଦାନ ହୁଣ୍ଡିରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ ଟଙ୍କା ଥିବା ମନ୍ଦିରକମିଟି ପକ୍ଷରୁ କୁହାଯାଇଛି। ପାଟପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now