ବିଚାରପତିଙ୍କ ଆତ୍ମହତ୍ୟା: ଗାଁରେ ଶୋକର ଛାୟା

କଟକ: ବିଚାରପତିଙ୍କ ଆତ୍ମହତ୍ୟା । ସାଧରଣ ଲୋକଙ୍କ ସମସ୍ୟା ସମାଧାନ କରୁଥିବା ବ୍ୟକ୍ତିଙ୍କ ଚରମ ନିଷ୍ପତ୍ତି । ଅନ୍ୟମାନଙ୍କର ସମସ୍ୟାର ପାହାଡ଼କୁ ସମାଧାନ କରୁଥିବା ବ୍ୟକ୍ତିଙ୍କର କଣ ରହିଗଲା ସମସ୍ୟା । ନା ଥିଲା ଅର୍ଥ ର ଅଭାବ,ନା ଥିଲା ପ୍ରତିଷ୍ଠା ର ଅଭାବ । ଛୋଟ ପରିବାରକୁ ନେଇ ଖୁସିରେ ଥିବା ବିଚାରପତି ସୁବାସ କୁମାର ବିହାରୀ କେଉଁ ପରିସ୍ଥିତିରେ ଏଭଳି ନିଷ୍ପତ୍ତି ନେଲେ ତାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ ।

କଟକ ପସ୍କୋ କୋର୍ଟ ର ସ୍ୱତନ୍ତ୍ର ବିଚାରପତି  ସୁବାସ କୁମାର ବିହାରୀ ନିଜ ସରକାରୀ ବାସଭବନରେ ରଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଦିନ ପ୍ରାୟ 12ଟା 50ମିନିଟରେ ପରିବାର ପକ୍ଷରୁ ଏଭଳି ଏକ ସୂଚନା ସହକର୍ମୀମାନଙ୍କୁ ମିଳିଥିଲା । ଦିନ 1 ଟାରେ ଅଶ୍ୱିନୀ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର । ମର୍କତ ନଗର ଥାନାରେ ଏକ ଅପମୃତ୍ୟୁ ମାମଲା ଦାୟର କରି ଶବ ଵ୍ୟବଛେଦ  ପାଇଁ ପଠାଯାଇଥିଲା ଏସସିବି । ହେଲେ କେଉଁ ମାନସିକ ଅବସାଦ ତାଙ୍କୁ ଏଭଳି ପଦକ୍ଷେପ ପାଇଁ ବାଧ୍ୟ କଲା ତାହା ତଦନ୍ତ ସାପେକ୍ଷ । ବିଚାରପତିଙ୍କ ଏହି ଆତ୍ମହତ୍ୟାକୁ ଏପର୍ଯ୍ୟନ୍ତ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବାଚସ୍ପତିଙ୍କ ସହକର୍ମୀ ଓ ସମ୍ପର୍କୀୟ।

ସେପଟେ ବିଚାରପତିଙ୍କ ଘର ଯାଜପୁର ସଦର ଥାନା ଭୁବନେଶ୍ୱରପୁର  ଗାଁରେ ଖେଳିଯାଇଛି  ଶୋକର ଛାୟା। ସେ ନିଜ ଗାଁ ଭୁବନେଶ୍ୱରପୁର ପଞ୍ଚାୟତର ଶେଷଦେଵ ବାସନ୍ତୀ ହାଇସ୍କୁଲ ରୁ ମାଟ୍ରିକ ପାସ କରିଥିଲେ। ଯାଜପୁର ନରସିଂହ ଚୌଧୁରୀ କଲେଜରୁ ସ୍ନାତକ ଓ ବିରଜା ଆଇନ ମହାବିଦ୍ୟାଳୟ ରୁ ଏଲଏଲବି ପାସ କରିଥିଲେ। ବାଲିଗୁଡା, ବରଗଡ଼,ବାଲେଶ୍ଵର,ଭୁବନେଶ୍ୱର ସମେତ ଅନେକ ଜିଲ୍ଲାର ବିଭିନ୍ନ କୋର୍ଟ ରେ ବିଚାରପତି ଭାବେ ଯୋଗ ଦେଇ ସୁଚାରୁରୂପେ କାର୍ଯ୍ୟକାରୀ ବରିଷ୍ଠ ବିଚାରପତି ଙ୍କ ପ୍ରିୟ ଭାଜନ ହୋଇପାରିଥିଲେ।

ବିଚାରପତି ଭଳି ଜଣେ ବ୍ୟକ୍ତିତ୍ୱ ଏଭଳି ନିଷ୍ପତ୍ତି ସମାଜରେ  କେବେ ବି ଗ୍ରହଣୀୟ ନୁହେଁ ।

ଦୀପ୍ତିରଞ୍ଜନ ଶତପଥୀଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *