ସିଏମସି ବୈଠକରେ ହଟ୍ଟଗୋଳ

କଟକ: କଟକ ମହାନଗର ନିଗମ କାଉନସିଲ ବୈଠକରେ ହଟ୍ଟଗୋଳ। କାଉନସିଲ କାର୍ଯ୍ୟ ଚାଲୁଥିବା ବେଳେ ଗୃହ ମଝିରେ କଳା ପତାକା ଦେଖାଇ ଧାରଣାରେ ବସିଲେ ବିଜେପି କର୍ପୋରେଟର। ମୌଳିକ ସମସ୍ୟା ପ୍ରତି ଅବହେଳା ଓ ଦଳୀୟ ଭିତ୍ତିରେ କାର୍ଯ୍ୟାଦେଶ ନେଇ ଅଭିଯୋଗ ଆଣିଲେ ବିଜେପି କର୍ପୋରେଟର।

ପୂଜା ପୂର୍ବରୁ ଆଜି କଟକ ମହାନଗର ନିଗମ କାଉନସିଲର ବୈଠକ ଡକାଯାଇଥିଲା। ବୈଠକ ଆରମ୍ଭ ହେଉ ନ ହେଉଣୁ ବିଜେପି କାଉନସିଲର ମାନେ କଟକ ସହରରେ ଲାଗିରହିଥିବା ବିଭିନ୍ନ ସମସ୍ୟାକୁ ନେଇ ପାଟି ତୁଣ୍ଡ କରିଥିଲେ। ଲୋକଙ୍କର ବିଭିନ୍ନ ସମସ୍ୟା ରହିଥିବା ବେଳେ ବିଜେପି କର୍ପୋରେଟରଙ୍କ ଅଞ୍ଚଳକୁ ଅଣଦେଖା କରାଯାଉଛି, ବିଜେଡି କର୍ପୋରେଟରଙ୍କ ଦାବି ପୂରଣ ହେଉଥିବା ବେଳେ ବିଜେପି କର୍ପୋରେଟରଙ୍କ ଦାବି ପ୍ରତି କର୍ଣ୍ଣପାତ କରା ଯାଉନାହିଁ ବୋଲି ଅଭିଯୋଗ ଆଣିଥିଲେ ବିଜେପି କର୍ପୋରେଟର। ଏହାକୁ ନେଇ ବୈଠକରୁ ଉଠିଯାଇ ଗୃହ ମଧ୍ୟରେ କଳା ପତାକା ଦେଖାଇ ଧାରଣରେ ବସିଥିଲେ। ମେୟର ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଧାରଣାରତ କର୍ପୋରେଟରଙ୍କୁ ଧାରଣାରୁ ଉଠିବାକୁ ନିବେଦନ କରିବା ସହ ସମସ୍ତ ଦାବି ପ୍ରତି ଦୃଷ୍ଟି ଦିଆଯିବ ଓ ତୁରନ୍ତ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଦେଇଛନ୍ତି ପ୍ରତିଶ୍ରୁତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *