ଦୁଇ ବର୍ଷ ପରେ ମାଙ୍କ ରଥରେ ସାମିଲ ହେବେ ଭକ୍ତ

ଯାଜପୁର: ପାଖେଇ ଆସୁଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ନବଦିନାତ୍ମକ ରଥଯାତ୍ରା । ଦୁଇ ବର୍ଷର କୋଭିଡ କଟକଣା ପରେ ଚଳିତ ବର୍ଷ ରଥଯାତ୍ରା ପର୍ବରେ ସାମିଲ ହେବେ ଶ୍ରଦ୍ଧାଳୁ । ୨ ବର୍ଷ ପରେ ମାଙ୍କୁ ରଥ ଉପରେ ଦର୍ଶନ କରିବା ସହିତ ରଥକୁ ଟାଣିବାର ସୁଯୋଗ ମିଳୁଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।  ସେପଟେ ରଥକାମ ରେ ଲାଗିଛନ୍ତି ମହାରଣା । ଚଳିତ ବର୍ଷ ଅଧିକ ଭିଡ ହେବାର ସମ୍ଭାବନା ଥିବାରୁ ଶାରଦୀୟ ଦୂର୍ଗାପୂଜା ଓ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବାକୁ ମନ୍ଦୀର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଯାଜପୁର ବିରାଜଙ୍କ କ୍ଷେତ୍ରରେ ରଥଯାତ୍ର୍ରା ଭଳି ବିରଳ ପରମ୍ପରା ଦେଖିବାକୁ ମିଳେ । ଅମାବାସ୍ୟା ପ୍ରତିପଦ ଦିନ ଠାରୁ ମା ରଥାରୁଢ଼ ହୋଇ ୯ ଦିନ ଯାକ ନିଜ ମନ୍ଦିର ଚର୍ତୁପାଶ୍ୱର୍ରେ ପରିଭ୍ରମଣ କରିବାର ପରମ୍ପରା ରହିଛି । ମାଙ୍କ ଏଭଳି ନବଦିନାତ୍ମକ ରଥଯାତ୍ରା ସାରା ଭାରତବର୍ଷରେ ଅନ୍ୟ କୌଣସି ଶକ୍ତିପୀଠରେ ଦେଖାଯାଇନଥାଏ । ମା ବିରଜା ଦୂର୍ଗାରୁପରେ ପୂଜା ପାଇବା ସହିତ ମାଙ୍କ ଚଳନ୍ତି ପ୍ରତିମା ରଥାରୁଢ଼ ହୋଇ ମନ୍ଦୀର ଚର୍ତୁପାଶ୍ୱର୍ରେ ପରିଭ୍ରମଣ କରିଥାନ୍ତି । ବିଶ୍ୱାସ ରହିଛି ମାଙ୍କୁ ରଥାରୁଢ଼ ସମୟରେ ଦର୍ଶନ କଲେ ଓ ରଥ ଟାଣିଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ । ଗତ ଦୁଇ ବର୍ଷ ଧରି କୋରୋନା କଟକଣା ଥିବାରୁ ଶ୍ରଦ୍ଧାଳୁ ମାନେ ରଥଯାତ୍ରାରେ ସାମିଲ ହୋଇପାରିନଥିଲେ । କିନ୍ତୁ ଚଳିତ ବର୍ଷ କୌଣସି କଟକଣା ନଥିବାରୁ ଶ୍ରଦ୍ଧାଳୁ ମାନେ ରଥଟାଣିବା ପାଇଁ ଉତ୍ସୁକତାର ସହିତ ଅନାଇ ରହିଛନ୍ତି।

ଗୋଟେପଟେ ମାଙ୍କର ଷୋଡଷ ଉପଚାର ପୂଜାର୍ଚ୍ଚନା ଚାଲିଥିବା ବେଳେ ଅନ୍ୟପଟେ ରଥ ଖଳାରେ ମାଙ୍କ ରଥ କାମ ଜାରି ରହିଛି । ମାଙ୍କ ବିଜୟା ରଥ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି ମହାରଣା କାରିଗର । ଶୁଭସୁନିଆଁ ଠାରୁ ମାଙ୍କ ରଥ ନିର୍ମାଣ ଆରମ୍ଭ ହୋଇଛି । ରଥରେ ମୋଟ   ୮୯୮ ଖଣ୍ଡ କାଠ ଲାଗିବ । ୫୬ ଫୁଟ ଉଚ୍ଚତା , ୧୨ଟି ଚକ ବିଶିଷ୍ଟ ଏହି ରଥରେ ନବଗ୍ରହ,ଦଶଦିଗପାଳ ରହିଛନ୍ତି । ଆଉ ଏହି  ରଥର ସାରଥୀ ହେଉଛନ୍ତି ସ୍ୱୟଂ ବ୍ରହ୍ମା । ୯ ଦିନର ରଥଯାତ୍ରାକୁ ଦେଖିବା ପାଇଁ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥାଏ ।

ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ମନ୍ଦିରରେ ଚାଲିଥିବା ଷୋଡଶ ଉପଚାର ପୂଜା ଏବଂ ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ ଭାବେ ଶେଷ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥାକରାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *