ସଡକ ଦୁର୍ଘଟଣା ଜଣେ ମୃତ, ଦୁଇ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱର କଳ୍ପନା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ମୃତ, ଦୁଇ ଜଣ ଗୁରୁତର। ଗୁରୁତରମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ତେବେ ପୋଲିସ ସେଠାକାର ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରି ଉତ୍ତେଜନାକୁ ଆୟତ୍ତକୁ ଆଣିଥିଲା। ସୂଚନା ଅନଯାୟୀ, ରାଜମହଲ ଛକ ପଟୁ କଳ୍ପନା ଆଡ଼କୁ ଦ୍ରୁତ ଗତିରେ ଆସୁଥିବା ଏକ ଗ୍ରାଣ୍ଡ ଆଇଟେନ ଗାଡି ରାସ୍ତା କଡ଼ରେ ବିକ୍ରି କରୁଥିବା ଏକ କଦଳୀ ଦୋକାନୀକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ହିଁ କଦଳୀ ଦୋକାନୀର ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ପୋଲିସ ତଦନ୍ତ ଜାରି ରଖିଛି। 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *