ପୁରୀଘାଟ ଥାନା, ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ; ଉଦ୍ଧାର କାର୍ଯ୍ୟ ଜାରି

ପୁରୀଘାଟ ଥାନା ନିକଟ ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ । ନର୍ସିଂହୋମର ତୃତୀୟ ମହଲାରେ ନିଆଁ ଲାଗିଥିବା ଜଣାପଡ଼ିଛି।  ଏହି ଅପ୍ରୀତିକର ଘଟଣା ପରେ ରୋଗୀମାନଙ୍କୁ ଯୁଦ୍ଧାକାଳୀନ ପରିସ୍ଥିତିରେ ଉଦ୍ଧାର କରାଯାଇ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉଛି।ପୁରୀଘାଟ ଥାନା ନିକଟ ଏକ ଘରୋଇ ନର୍ସିଂହୋମରେ ଶନିବାର ଅପରାହ୍‌ଣରେ ନିଆଁ ଲାଗିଛି। ନର୍ସିଂହୋମର ତୃତୀୟ ମହଲାରେ ନିଆଁ ଲାଗିଥିବା ଜଣାପଡ଼ିଛି।  ଏହି ଅପ୍ରୀତିକର ଘଟଣା ପରେ ରୋଗୀମାନଙ୍କୁ ଯୁଦ୍ଧାକାଳୀନ ପରିସ୍ଥିତିରେ ଉଦ୍ଧାର କରାଯାଇ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉଛି।

ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭା କାମ ଜାରି ରଖିଛନ୍ତି। ଡାକ୍ତରଖାନାର ତୃତୀୟ ମହଲାରେ ଥିବା ରୋଗୀମାନଙ୍କୁ ଉଦ୍ଧାର କରାଯାଇଛି। କିଛି ନବଜାତଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ଚିକିତ୍ସାଧୀନ ରୋଗୀମାନଙ୍କୁ ଆମ୍ବୁଲାନ୍ସ ମାଧ୍ୟରେ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ବିଦ୍ୟୁତ୍‌ ସର୍ଟସର୍କିଟରୁ ଏହି ଅଭାବନୀୟ ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଏହାରି ମଧ୍ୟରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *