ବଜ୍ରାଘାତରେ ଦୁଇ ଜଣ ମୃତ୍ୟୁ

Spread the love

ବଜ୍ରାଘାତ ରେ  ଦୁଇଜଣ  ଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ପୁବୁସାହି ପଞ୍ଚାୟତ ର  ଜୟମଙ୍ଗଳ ଗ୍ରାମ ରେ। ସେଇ ଗ୍ରାମ ର ନାରଣ ପ୍ରଧାନ ଏବଂ ସରୋଜ ଜେନା ନାମକ ଦୁଇଜଣ ବ୍ୟକ୍ତି ଚାଷ  କାମ ସାରି ବିଲ ରୁ ଫେରୁଥିବା ବେଳେ ବଜ୍ରପାତ ଘଟି ମୃତ୍ୟୁ ଘଟିଛି। ଉଭୟ ଙ୍କୁ ଖୋର୍ଦ୍ଧା ମେଡିକାଲ ଅଣାଯାଇଛି। ପୋଲିସ୍ ଘଟଣାର ତଦନ୍ତ କରି ମୃତଦେହ କୁ ବ୍ୟବଚ୍ଛେଦ ପାଇଁ ପଠାଇ ଛନ୍ତି। ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ଶୋକ  ସନ୍ତପ୍ତ  ପରିବାର ବର୍ଗ ଙ୍କୁ ଭେଟି ସମବେଦନା ଜଣାଇବା ସହ ସରକାରୀ ସହାୟତା ପ୍ରଦାନ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଉଭୟ ମୃତକ ଚାଷୀ ପରିବାର ଏବଂ ଗରିବ ହୋଇଥିବାରୁ ସେମାନଙ୍କ ଅନାଥ ଶିଶୁ ମାନଙ୍କୁ ସରକାର ଙ୍କ ସହାୟତା ପାଇଁ ସ୍ଥାନୀୟ ଲୋକମାନେ ସରକାର ଙ୍କୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *