ବାଇକ ଉପରେ ମାଡିଗଲା ଟ୍ରକ ; ଜଣେ ମୃତ

କୋଟିନଡ଼ା ଥାନା ଡିପ୍ଲଲ ସ୍କୁଲ ନିକଟରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା l ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ l ମୃତକ ବାଇକ ଆରୋହୀ ଜଣଙ୍କ ହେଲେ  କୋଟିନଡ଼ା ଥାନା ଅନ୍ତର୍ଗତ କେ. ନଚ୍ଛମନ ପଲ୍ଲୀର  ପ୍ରଶାନ୍ତ କୁମାର ସ୍ବାଇଁ ବୟସ ୨୩ ବର୍ଷ l ସେ ବ୍ରହ୍ମପୁରରୁ ବାଇକ ଯୋଗେ ଘରକକୁ ଫେରୁଥିଲା ବେଳେ ଡିପ୍ଲଲ ସ୍କୁଲ ନିକଟରେ ଥିବା ରୋଡ ସେପ୍ଟି ବ୍ୟାରିକେଟ କୁ ଧକା ଦେଇ  ରୋଡ ଉପରେ ପଡ଼ିଯାଇଥିଲେ l ସେ ସମୟରେ ଖଡକ ପୁରୁ ଆସିକା ଅଭିମୁଖେ ଆସୁଥିବା ଗୋଟେ ଟ୍ରକ ତାଙ୍କ ଉପରେ ମାଡି ଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା l  ଥିବା ବେଳେ ଘଟଣାର ଖବର ପାଇ କୋଟିନଡ଼ା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ସବ ବ୍ୟବଚ୍ଛେଦ ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି l ଅପର ପକ୍ଷରେ ଟ୍ରକ ଡ୍ରାଇଭର ସେକ୍ସ ଇବ୍ରାହିମ୍ ଙ୍କ ହାର୍ଟ ପ୍ରୋବ୍ଲମ ଥିବାରୁ କୋଟିନଡ଼ା ପୋଲିସ ତାଙ୍କୁ ଘଟଣାସ୍ଥଳରୁ ଆଣି ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରୁଛି l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *