ଭୋଲେ ବାବା ସତସଙ୍ଗରେ ୬୦ ମୃତ, ଅନେକ ଆହତ

Spread the love

ଉତ୍ତରପ୍ରଦେଶର ହାତରସ ଜିଲ୍ଲା ନିକଟରେ ବଡ ଧରଣର ଦୁର୍ଘଟଣା ହୋଇଛି । ସେଠାରେ ଭୋଳାବାବାଙ୍କ ସତସଙ୍ଗ ଚାଲିଥିଲା । ହେଲେ ସତସଙ୍ଗ ସରିବା ପରେ ଯେତବେଳେ ଶ୍ରଦ୍ଧାଳୁମାନେ ବାହାରକୁ ବାହାରିବା ଆରମ୍ଭ କରିଥିଲେ । ସେତବେଳେ ଦଳାଚକଟା ଆରମ୍ଭ ହୋଇଯାଇଥିଲା । ଏହି ଦଳଚକଟା ବେଳେ ୬୦ ରୁ ଉର୍ଦ୍ଧ୍ବ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ମହିଳା , ପୁରୁଷ , ଛୋଟପିଲା ରହିଛନ୍ତି ।

ସୂଚନା ଅନୁଯାୟୀ ସତସଙ୍ଗରେ ପ୍ରବଳ ଭିଡ ହୋଇଛିଲା । ସତସଙ୍ଗ ସମାପ୍ତ ହେବା ପରେ ଲୋକ ବାହାରକୁ ବାହାରିବା ଆରମ୍ଭ କରିଥିଲେ । ଏହି ସମୟରେ କୈଣସି କାରଣରୁ ଲୋକମାନେ ଦୌଡିବା ଆରମ୍ଭ କରିଥିଲେ । ଫଳରେ କିଛି ଲୋକ ତଳେ ପଡିଯାଇଥିଲେ । ଏଥିରେ ଅନେକ ଲୋକ ଗୁରୁତର ହୋଇଥିବା ବେଳେ ୬୦ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *