ଲକ୍ଷ୍ମୀ ବସ୍ ଓ ବାଇକ ମୁହାଁମୁହିଁ ଧକ୍କା

ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ନାଗପୁର ଛକ ନିକଟରେ ଲକ୍ଷ୍ମୀ ବସ ଓ ବାଇକ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ବାଇକ ଆରୋହି ମୃତ । ମୃତକ ହେଲେ ମଲ୍ଲିକାପୁର ଗ୍ରାମର ପ୍ରଭଞ୍ଜନ ସାହୁ । ଖବର ପାଇ ସଙ୍ଗେ ସଙ୍ଗେ ବାଲିକୁଦା ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସକୁ ଜବତ କରିଛି । ସୂଚନମୁତାବକ ଉକ୍ତ ବସଟି ଯାତ୍ରୀନେଇ ବାଲିକୁଦା  ଆସୁଥିବା ସମୟରେ ନାଗପୁର ଛକ ନିକଟରେ ବାଇକଚାଳକ ପ୍ରଭଞ୍ଜନଙ୍କୁ ସାମ୍ନା ସାମ୍ନି ଧକା ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ବାଲିକୁଦା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *