ଆନ୍ଧ୍ରପ୍ରଦେଶରେ ଅଘଟଣ

Spread the love

ଆନ୍ଧ୍ରପ୍ରଦେଶରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗ୍ୟାସ୍ ଲିକ ହେବାରୁ ହେଲା ଅଘଟଣ। ଅସୁସ୍ଥ ହେଲେ ପ୍ଲାଣ୍ଟ କର୍ମଚାରୀ। ବାରମ୍ୱାର ଏହି ସ୍ଥାନରେ ହେଉଛି ଗ୍ୟାସ ଲିକ୍ ଘଟଣା। କଣ ପାଇଁ ଘଟୁଛି ଦୁର୍ଘଟଣା। ଦୁର୍ଘଟଣାର କାରଣ ଓ ନିରାକରଣ ପାଇଁ ଜିଲ୍ଲା ପ୍ରଶାସନ ତତ୍ପର ହେବା ଦରକାର। ଆନ୍ଧ୍ରପ୍ରଦେଶର ଆନାକାପଲ୍ଲୀ ଜିଲ୍ଲାରେ ଥିବା ଏକ କେମିକାଲ ପ୍ଲାଣ୍ଟରେ ଅଚାନକ ଗ୍ୟାସ ଲିକ୍ ହେବାରୁ ୫୦ ରୁ ଅଧିକ ମହିଳା କର୍ମଚାରୀ ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥ ମହିଳାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି। ଏହି ପ୍ଲାଣ୍ଟ ଆନକାପଲ୍ଲୀ ଜିଲ୍ଲାର ଅଚ୍ୟୁତପରମ ଠାରେ ଅବସ୍ଥିତ। ଗ୍ୟାସ୍ ଲିକ ହେବା ସମୟରେ ମହିଳା ମାନେ କାରଖାନାରେ କାର୍ଯ୍ୟରତ ଥିଲେ। ପ୍ରାଥମିକ ରିପୋର୍ଟ ଅନୁସାରେ ମହିଳା କର୍ମଚାରୀମାନେ ବାନ୍ତି ପରେ ଅଚେତ ହୋଇପଡିଥିଲେ। ସ୍ଥାନୀୟ ପୋଲିସର କହିବା ଅନୁସାରେ, ବ୍ରାଣ୍ଡିକ୍ସ ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ଏହି ଘଟଣା ଘଟିଥିଲା । ଗ୍ୟାସ ଲିକ ପରେ ଅଳ୍ପ ମହିଳଆ ଅସୁସ୍ଥ ହୋଇଥିଲେ। ପରେ ଏହି ସଂଖ୍ୟା ବଢିଥିଲା। ଅଚ୍ୟୁତପୁରମରେ ବିଷାକ୍ତ ଗ୍ୟାସ୍ ଲିକ ହେବାର ଏହା ପ୍ରଥମ ଘଟଣା ନୁହେଁ। ପୁର୍ବରୁ ଗ୍ୟାସ୍ ଲିକ ଯୋଗୁଁ ପ୍ରାୟ ୩୦୦ ମହିଳା କର୍ମଚାରୀ ଅସୁସ୍ଥ ହୋଇପଡିଥିଲେ। ଏହା ପରେ ସରକାର ଏକ କମିଟି ଗଠନ କରି ତଦନ୍ତ ଆରମ୍ଭ  କରିଥିଲେ। ଏହା ସହ ଏକ ଘରୋଇ କମ୍ପାନୀକୁ ମଧ୍ୟ୍ୟ ବନ୍ଦ କରିଦିଆଯାଇଥିଲା। ଏବେ ଅଚ୍ୟୁତପୁରମରେ ଦ୍ୱୀତିୟ ଥର ପାଇଁ ବିଷାକ୍ତ ଗ୍ୟାସ୍ ଲିକ୍ ମାମଲା ସାମ୍ନାକୁ ଆସିଛି। ପ୍ରଶ୍ନ ଉଠୁଛି ଅଚ୍ୟୁତପୁରମରେ ଗ୍ୟାସ ଲିକ ଘଟଣା ପୁନରାବୃତ୍ତି ହେବା ପଛରେ କଣ କାରଣ ରହିଛି। ଏହାର ବିଧିବଦ୍ଧ ତଦନ୍ତ ହେଲେ ଦୁର୍ଘଟଣାର ସଠିକ କାରଣ ଜଣାପଡିବ। ଅଚ୍ୟୁତପୁରମରେ ବାରମ୍ୱାର ଗ୍ୟାସ ଲିକ ହେଉଥିବାରୁ ଘଟଣାକୁ ସ୍ଥାନୀୟ ଜିଲ୍ଲା ପ୍ରଶାସନକ ଗୁରୁତ୍ୱ ଦେବା ଦରକାର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

  • ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *