ମର୍ମନ୍ତୁଦ ଦୁର୍ଘଟଣା- କୁମ୍ଭକୁ ଯାଉଥିବା ୧୦ ଶ୍ରଦ୍ଧାଳୁ ମୃତ

ପ୍ରୟାଗରାଜ ମହାକୁମ୍ଭକୁ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା କାର୍ ଦୁର୍ଘଟଣାଗ୍ରସ୍ତରୁ ୧୦ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ୧୯ ଜଣ ଆହତ ହୋଇଛନ୍ତି। ଏକ ବୋଲେରୋରେ ଛତିଶଗଡ଼ କୋରବାର ଶ୍ରଦ୍ଧାଳୁ ମହାକୁମ୍ଭ ମେଳାକୁ ଯାଉଥିଲେ। ସେପଟେ ବସରେ ସଂଗମ ସ୍ନାନ ପରେ ୧୯ ଶ୍ରଦ୍ଧାଳୁ ବାରାଣସୀ ଫେରୁଥିଲେ। ପ୍ରୟାଗରାଜ- ମୀର୍ଜାପୁର ହାଇଓ୍ୱରେ ଶୁକ୍ରବାର ବିଳମ୍ୱିତ ରାତିରେ ବୋଲେରୋ ଓ ବସ ଭିତରେ ମୁହାମୁହିଁ ଧକ୍କା ହୋଇଥିଲା। ସମସ୍ତ ଆହତଙ୍କୁ ରାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବସରେ ଥିବା ସମସ୍ତ ଶ୍ରଦ୍ଧାଳୁ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାର। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ବସ୍‌ ନିଜ ସାଇଡରେ ଯାଉଥିଲା ବେଳେ ଦ୍ରୁତ ଗତିରେ ସାମ୍ନା ପଟୁ ଆସି ବୋଲେରୋ ଟକ୍କର ମାରିଥିଲା। ଧକ୍କା ଏତେ ଜୋରରେ ହୋଇଥିଲା ଯେ,  ଘଟଣାସ୍ଥଳରେ ହିଁ ବୋଲେରୋ ଡ୍ରାଇଭର ସମେତ ସମସ୍ତ ୧୦ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଗଲା। ଦୁର୍ଘଟଣା ବେଳେ ବସ ଯାତ୍ରୀଙ୍କ ଭିତରୁ ଅଧିକାଂଶ ଶୋଇଥିଲେ। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ପରେ ରାଷ୍ଟ୍ରପତି ଗଭୀର ଶୋକବ୍ୟକ୍ତ କରିଛନ୍ତି। ଆହତଙ୍କୁ ଆଶୁଆରୋଗ୍ୟ କାମନା କରିଛନ୍ତି। ସମସ୍ତ ପ୍ରକାର ସହଯୋଗ ଦେବାକୁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସ୍ୱରୂପ ରାଣୀ ମେଡ଼ିକାଲ ହସ୍ପିଟାଲରେ ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ବୋଲେରୋରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ପୁରୁଷ ଥିଲେ ଓ ବୟସ ୨୫ରୁ ୪୫ ଭିତରେ ଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *