ଆସନ୍ତା ୨୦ ଯାଏଁ ଆଶିଷ ମିଶ୍ରାଙ୍କ ମାମଲା ସ୍ଥଗିତ

Spread the love

ନୂଆଦିଲ୍ଲୀ:  ଲକ୍ଷ୍ମୀପୁର ଖେରୀ ଘଟଣାରେ ଆଜି ସୁପ୍ରିମକୋର୍ଟରୁ ଆଶିଷ ମିଶ୍ରାଙ୍କୁ ମିଳିଲାନି ଆଶ୍ବସ୍ତି।  ଇଲାହାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବରସ୍ଥ ହୋଇଥିଲେ। କିନ୍ତୁ ତାଙ୍କ ମାମଲାର ଶୁଣାଣି ଜାନୁଆରୀ ୨୦କୁ ସ୍ଥଗିତ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ସୁପ୍ରିମକୋର୍ଟ ଅତିରିକ୍ତ କ୍ଷେତ୍ରର ବିଚାରପତି ଲକ୍ଷ୍ମୀପୁର ଖେରୀର ରିପୋର୍ଟ ପଢିଛନ୍ତି। ରିପୋର୍ଟରେ ଉଲ୍ଲେଖ ହୋଇଛି କି,  ମାମଲା ପୂରା ହେବାକୁ ୫ ବର୍ଷ ସମୟ ଲାଗିଯିବ। କାରଣ ମାମଲାରେ ୨୦୮ ସାକ୍ଷୀ ରହିଛନ୍ତି।  ଗତ ଶୁଣାଣି କାଳରେ ସର୍ବୋଚ୍ଚ ଅଦାଲତ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ କି, ବିନା ଅନ୍ୟ ମାମଲାକୁ ପ୍ରଭାବିତ କରି ଏହି ମାମଲା ଉପରେ ନିଷ୍ପତ୍ତି  ନିଆଯାଉ। ଅନ୍ୟପଟେ ରାଜ୍ୟ ସରକାର ପକ୍ଷରୁ କୁହାଯାଇଛି କି, ହିଂସା ମାମଲାରେ ସମସ୍ତ ଅପରାଧିଙ୍କ ବିରୋଧରେ ଅଭିଯୋଗ ଦାୟର ହୋଇଛି।

୨୦୨୧ ଅକ୍ଟୋବର ୩ରେ ୟୁପିର ଲକ୍ଷ୍ମୀପୁର ଖେରୀଠାରେ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଗସ୍ତ କାଳରେ  କୃଷକମାନେ ବିରୋଧ ପ୍ରଦର୍ଶନ କରିଥିଲେ। ଏହି ପ୍ରଦର୍ଶନ ବେଳେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଏସୟୁବି କାର  ଆନ୍ଦୋଳନକାରୀଙ୍କ ଉପରେ ମାଡି ଯାଇଥିଲା। ଫଳରେ  ୮ ଜଣଙ୍କ ମୃତ୍ୟୁ ହୋଇଥିଲା।  ଏମାନଙ୍କ ମଧ୍ୟରେ ଜଣେ ସାମ୍ବାଦିକ ମଧ୍ୟ ଥିଲେ। ଗାଡିରେ ଆଶିଷ ଥିଲେ ମଧ୍ୟ ଡ୍ରାଇଭର ଚଳାଉଥିଲା। ତେବେ ଏହି ମାମଲାରେ  ଆଶିଷ ଜେଲରେ ଅଛନ୍ତି।

Leave a Reply

Your email address will not be published. Required fields are marked *