ଭୁଷୁଡ଼ିଲା ୪ ମହଲା ବିଲଡିଂ

ଦିଲ୍ଲୀର ବୁରାରି ବିଲଡିଂ ଭୁଷୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ ହୋଇଛି। ସୋମବାର ସଂଧ୍ୟା ସାଢ଼େ ୬ଟାରେ ବୁରାଡ଼ିର କୌଶିକ ଏନକ୍ଲେଭର ୪ ମହଲା ବିଶିଷ୍ଟ କୋଠା ଭୁଷୁଡ଼ିବାରୁ  ଅନେକ ଚାପି ହୋଇଯାଇଥିଲେ। ମଙ୍ଗଳବାର ସକାଳ ସୁଦ୍ଧା ୧୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ତା ସହ ଛାତ ତଳେ ଆଉ କେହି ଫସିରହିଛନ୍ତି କି ନାହିଁ, ତାକୁ ନେଇ ତଲାସୀ ଅଭିଯାନ ଜାରି ରହିଥିଲା। ରାତି ତମାମ ରେସକ୍ୟୁ ଅପରେସନ ଚାଲିଥିଲା। ମଙ୍ଗଳବାର ସକାଳୁ ବି ଅଗ୍ନିଶମ ବିଭାଗ, ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଓ ଏନଡିଆରଏଫ ମିଳିତ ଭାବେ ରେସକ୍ୟୁ ଅପରେସନ ଜାରି ରଖିଥିଲେ।

ବିଲଡିଂ ଗଳି ସଂକୀର୍ଣ୍ଣ ଥିବାରୁ ରେସକ୍ୟୁ ଅପରେସନରେ ବାଧା ଉପୁଜିଥିଲା। ବିଲଡିଂର ଅବଶିଷ୍ଟାଂଶ ବି ବାହାର କରି ଗାଡ଼ି ଯାଏ ପହଞ୍ଚାଇବା କାଠିକର ଥିଲା। ଏହି ବିଲଡିଂ ନିର୍ମାଣଧୀନ ଥିଲା। ଏହି ବିଲଡିଂର କାମ ବର୍ଷେ ହେଲା ଆରମ୍ଭ ହୋଇଥିଲା। ବିଲଡିଂର ଫିନିସିଂ କାମ ଚାଲିଥିଲା। ବିଲଡିଂ ଭୁଷୁଡ଼ିବା ବେଳେ ପାଖରେ ୨୦ରୁ ୨୨ ଲୋକ ରହୁଥିଲେ। ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଟ୍ରମା ସେଣ୍ଟର ରେଫର କରାଯାଇଛି। ଘଟଣାସ୍ଥଳକୁ ବିଭିନ୍ନ ରାଜନୈତିକ ଦଳ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। କାହା ଅବହେଳା ଲାଗି ଏତେ ବଡ଼ ଅଘଟଣ ଘଟିଲା, ସେମାନଙ୍କ ବିରୁଦ୍ଧରେ ଆକ୍ସନ ଲାଗି ଦାବି କରିଛନ୍ତି ବିରୋଧୀ। ଏହା ଚରମ ଅବହେଳାରୁ ଘଟିଛି। ନବନିର୍ମିତ ବିଲଡିଂ ଭୁଷୁଡ଼ିବା ପଛରେ ଯିଏ ଦାୟୀ, ତାକୁ କଡ଼ା ଦଣ୍ଡ ମିଳୁ। ସ୍ଥାନୀୟ ବିଧାୟକ ସଞ୍ଜୀବ ଝା ବି ନିଜ ସମର୍ଥକଙ୍କ ସହ ରେସକ୍ୟୁ ଅପରେସନରେ ସହଯୋଗ କରିଥିଲେ। ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ଓ ଆହତଙ୍କୁ ସମସ୍ତ ପ୍ରକାର ସହଯୋଗ ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅତିଶୀ।

୪ ମହଲା ବିଲଡିଂ ଭୁଷୁଡ଼ିବାରୁ ଶ୍ରମିକ ପରିବାରଙ୍କ ଜୀବନ ଗଲା। ଆଉ ଅନେକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। କେଉଁ ପରିସ୍ଥିତିରେ ବିଲଡିଂ ଭୁଷୁଡ଼ିଲା। ନିମ୍ନମାନର କାମ ହୋଇଥିଲା କି। କାହାର ଦୋଷ ତୃଟିରୁ ଏଭଳି ଘଟିଲା, ତାହାର ତଦନ୍ତ ଆରମ୍ଭ ହୋଇଛି।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *