ଭକ୍ତଙ୍କ ବସରେ ଲାଗିଲା ନିଆଁ ,ଜଣେ ମୃତ

ମହାକୁମ୍ଭ ପାଇଁ ବସରେ ଗାଧୋଇବାକୁ ଯାଉଥିବା ସମୟରେ ଭକ୍ତଙ୍କ ବସରେ ମଥୁରାରେ ନିଆଁ ଲାଗିଛି । ଏହି ଘଟଣାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ବସଟି ତେଲେଙ୍ଗାନାରୁ ମହାକୁମ୍ଭ ଅଭିମୁଖେ ଯାଉଥିଲା । ବସରେ ପାଖାପାଖି ୫୦ ଜଣ ଶ୍ରଦ୍ଧାଳୁ ଥିଲେ ।ତେବେ ସିଗାରେଟ କାରଣରୁ ଅଗ୍ନିକାଣ୍ଡ ହୋଇଛି ବୋଲି ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନା ଅନୁସାରେ ଜଣାପଡିଛି ଜଣେ ଯୁବକ ବସ ଭିତରେ ସିଗାରେଟ ଟାଣୁଥିଲେ । ସେଥିପାଇଁ ଏଭଳି କାଣ୍ଡ ଘଟିଛି ବୋଲି କୁହାଯାଇଛି । ବୃଦ୍ଧ ଜଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଅନ୍ୟ ଯାତ୍ରୀ ମାନଙ୍କୁ ସେମାନଙ୍କ ଘରକୁ ପଠାଇବା ପାଇଁ ବ୍ୟବସ୍ଥା ସୁଚାରୁ ରୂପେ କରାଯାଉଛି । ସେମାନଙ୍କ ପାଇଁ ମାଗଣା ବସ ମଧ୍ୟ ରହିଛି । ଯେଉଁଥିରେ ସେମାନେ ସୁରକ୍ଷାରେ ପହଞ୍ଚି ପାରିବେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *