ଖାଇକୁ ଖସିଲା ବସ, ଚାଲିଗଲା 13 ଜୀବନ

Spread the love

ନୂଆଦିଲ୍ଲୀ: ଖାଇକୁ ଖସି ଚାଲିଗଲା 13 ଜୀବନ 30ରୁ ଅଧିକ ଆହତ । ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି ବମ୍ୱେ – ପୁଣେ ଜାତୀୟ ରାଜପଥରେ । ଏକ ଯାତ୍ରୀ ବାହୀନି ବସ 150 ଫୁଟ ଗଭୀର ଖାଇକୁ ଖସିଯିବାପରେ ଘଟିଛି ଏପରି ଦୁର୍ଘଟଣା ।

ସୂଚନାନୁଯାୟୀ ଗୋରେଗାଓଁ ଅଞ୍ଚଳର ଏକ ସଂସ୍ଥା ପୁଣେରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ଫେରୁଥିଲେ । ବସଟି ରାୟଗଡ ଅନ୍ତର୍ଗତ ଖୋପୋଲି ଅଞ୍ଚଳରେ ପହଞ୍ଚିଥିବାବେଳେ ହଠାତ ଭାରସ୍ୟାମ ହରାଇ ଖାଇକୁ ଖସିପଡିଥିଲା । ଘଟଣା ସ୍ଥଳରେ କେତେକ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ଆହତ ହୋଇଥିଲେ ।

ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବସରୁ 7 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ 30ରୁ ଅଧିକ ଆହତଙ୍କୁ ଆମ୍ୱୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଡାକ୍ତର ଆଉ 6 ଜଣଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଅନ୍ୟ ଆହତଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି ।

ରାୟଗଡ ଏସପି ସମେତ ବରିଷ୍ଟ ପୋଲିସ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି । ଦୁର୍ଘଟଣା କାହିଁକି ଓ କିପରି ଘଟିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଗୃହମନ୍ତ୍ରୀ ଅମିତ ଶାହା ଦୁର୍ଘଟଣା ବିଷୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ତାଙ୍କ ଡେପୁଟି ଦେବେନ୍ଦ୍ର ଫଡନାଭିସଙ୍କ ଦର୍ଘଟଣା ବିଷୟରେ ପଚାରି ବୁଝିଛନ୍ତି । ସେ କହିଛନ୍ତି ଏହି ସଡକ ଦୁର୍ଘଟଣାଟି ଅତ୍ୟନ୍ତ ଦୁଖଃଦାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଘଟଣା ସ୍ଥଳରେ ସ୍ଥାନୀୟ ପ୍ରଶାସନ ରିଲଫ ଯୋଗାଇବା କ୍ଷେତ୍ରରେ ନିୟୋଜିତ ହୋଇଛନ୍ତି ।

ପରେ ଏନେଇ ଅମିତ ଶାହା ହିନ୍ଦୀରେ ଏକ ଟ୍ୱିଟ କରି ମୃତକଙ୍କ ପରିବାରଙ୍କ ପ୍ରତି ସମବେଦନା ଜଣାଇବାସହ  ଆହତ ମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।  

Leave a Reply

Your email address will not be published. Required fields are marked *