ବସ ଓଲଟି ୪ ମୃତ, ୭ଙ୍କ ସ୍ଥିତି ସଂଗୀନ

Spread the love

ଭୋପାଳ: ମଧ୍ୟପ୍ରଦେଶ, ସାଗର ଜିଲ୍ଲାର ସାହଗଢ ଛାନବିଲା ଥାନା ଅଧୀନ ନିବାର ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଇନ୍ଦୋରରୁ ଛତରପୁର ଯାଉଥିବା ସ୍ଲିପର ବସ ଅନିୟନ୍ତ୍ରିତ ହୋଇ ଓଲଟି ପଡିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା କି, ୪ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୭ ଜଣଙ୍କ ସ୍ଥିତି ଗମ୍ଭୀର ରହିଛି।

ଘଟଣାର ସୂଚନା ମିଳିବା କ୍ଷଣି ପ୍ରଶାସନ, ପୁଲିସ ଓ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ଆହତଙ୍କୁ ଶାହଗଢ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ବେଳେ ଗୁରୁତରମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଛି। ପୁଲିସ ଘଟଣାର ଯାଞ୍ଚରେ ଲାଗିଛି।

Leave a Reply

Your email address will not be published. Required fields are marked *