ଖସିପଡ଼ିଲା ଫାଇଟର୍ ଜେଟ୍। ଏତେ ଜୋରରେ ପଡ଼ିଲା ଯେ, ଅଚାନକ ନିଆଁ ଲାଗିଗଲା। ଆଲାସ୍କାର ଇଲସନ୍ ଏୟାରଫୋର୍ସ ବେସ୍ ରେ ଏଫ-୩୫ ଫାଇଟର ଜେଟ୍ କ୍ରାସ୍ କରିଯାଇଛି। ସୌଭାଗ୍ୟବଶତଃ ପାଇଲଟ୍ ବଞ୍ଚିଯାଇଛନ୍ତି। ଆମେରିକାର ଆଡଭାନ୍ସ ଯୁଦ୍ଧ ବିମାନ ଆକାଶରେ ହିଁ କ୍ରାସ୍ କରିଗଲା। ସ୍ଥାନୀୟ ସମୟ ଅନୁସାରେ ମଙ୍ଗଳବାର ଦିନ ୧୨ଟା ୪୯ରେ ଏହା ହୋଇଥିଲା। ବିଶ୍ୱର ସବୁଠୁ ଶକ୍ତିଶାଳୀ ଫାଇଟର ଜେଟ୍ କୁହାଯାଉଥିବା ଏଫ-୩୫ର କ୍ଷମତା ଉପରେ ଏହି ଅଘଟଣ ପରେ ଅଙ୍ଗୁଳି ଉଠିଛି। ସୋସିଆଲ ମିଡିଆରେ ଜେଟ୍ କ୍ରାସ ହେବାର ଭିଡିଓ ଭାଇରାଲ ହୋଇଛି। ଇଲସନ ଏୟାରବେସ୍ରେ ୧୨ରୁ ଅଧିକ ଏଫ-୩୫ ଜାଏଣ୍ଟ ଷ୍ଟ୍ରାଇକ୍ ଫାଇଟର୍ସ ମୁତୟନ ଅଛି। ରନଓ୍ୱେରେ ଚକ୍କର କାଟି ଏଫ-୩୫ ପଡ଼ିବା ମାତ୍ରେ ନିଆଁ ଲାଗିଯାଇଥିଲା। ତେବେ ପାଖରେ ଏକ ପାରାସୁଟ ଦେଖାଯାଇଥିଲା। କାରଣ କ୍ରାସ୍ ଆଗରୁ ପାଇଲଟ ପାରାସୁଟରେ ବାହାରକୁ ବାହାରିସାରିଥିଲେ। ତେବେ ଉଡ଼ାଣ ବେଳେ କିଛି ଯାନ୍ତ୍ରିକ ତୃଟି ଦେଖାଦେଇଥିଲ। ଏହା ଦେଖି ପାଇଲଟ ଏମର୍ଜେନ୍ସି ଘୋଷଣା କରି ପାରାସୁଟରେ ବାହାରକୁ ବାହାରି ପଡ଼ିଥିଲେ। ପ୍ରଶିକ୍ଷଣ ଅଭ୍ୟାସ ବେଳେଏୟାରବେସରେ ଲ୍ୟାଣ୍ଡିଂ ବେଳେ ଫାଇଟର ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପାଇଲଟଙ୍କ ଅବସ୍ଥା ସ୍ଥିର ଅଛି। ହସ୍ପିଟାଲରେ ଚିକିତ୍ସା ଚାଲିଛି।
ତେବେ ଏଭଳି ଘଟଣା କେଉଁ ପରିପ୍ରେକ୍ଷୀରେ ଘଟିଲା, ତାହାର ତଦନ୍ତ ନିର୍ଦେଶ ଦିଆଯାଇଛି। ଏଫ-୩୫ ଫାଇଟର ଜେଟ୍ ଲଗାତାର ୧୨ ଘଣ୍ଟା ଉଡ଼ିବାର କ୍ଷମତା ରହିଛି। ଯଦି କୌଣସି ମିଶନରେ ବାହାରେ, ତେବେ ଉତ୍ତର ଗୋଲାର୍ଦ୍ଧରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରେ। ଏହା ପୂର୍ବରୁ ଟେକ୍ସାସର ଲସ ଏଞ୍ଜେଲ୍ସ ପାଖରେ ଏଡଭର୍ସ ଏୟାରଫୋର୍ସ ବେସକୁ ଯାଉଥିବା ଏଫ-୩୫ ଫାଇଟର ଜେଟ୍ ନ୍ୟୁ-ମେକ୍ସିକୋରେ ଇନ୍ଧନ ଭରିବାକୁ ରୋକିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପାଇଲଟ ଏଥିରେ ଗୁରୁତର ଆହତ ହୋଇଥିଲେ। ଅକ୍ଟୋବରରେ ସମୁଦ୍ର ସୁରକ୍ଷା ଯାଞ୍ଚରେ ଏଫ-୩୫ ପାଇଲଟ ଅନାବଶକୀୟ ଭାବେ ବିମାନରୁ ବାହାରିଥିବାରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଯେଉଁ କାରଣରୁ ୨୦୨୩ରେ ଦକ୍ଷିଣ କେରୋଲିନାରେ ଦୁର୍ଘଟଣା ପୂର୍ବରୁ ଯୁଦ୍ଧ ବିମାନ ୧୧ ମିନିଟ ଯାଏ ମାନବ ରହିତ ଉଡ଼ାଣ ଭରିଥିଲା।
ସୂଚନା ଅନୁଯାୟୀ ଏଫ-୩୫ ପଞ୍ଚମ ପୀଢିର ବିମାନ ଅଟେ। ଏହାର ନିର୍ମାଣ ଲକହେଡ୍ ମାର୍ଟିନ କରିଛନ୍ତି। ଏହି ବିମାନକୁ ୨୦୦୬ରୁ ତିଆରି ଆରମ୍ଭ ହୋଇଥିଲା। ୨୦୧୫ରୁ ଏହା ଆମେରିକା ବାୟୁସେନାର ଏକ ପ୍ରମୁଖ ଅଙ୍ଗ ଭାବେ କାମ କରୁଛି। ବେଙ୍ଗାଲୁରୁରେ ୨୦୨୪ରେ ହୋଇଥିବା ଏୟାର ସୋରେ ଦୁନିଆଯାକର ବିଦେଶୀ ବିମାନ ସାମିଲ୍ ହୋଇଥିଲା। କିନ୍ତୁ ସବୁଠୁ ଆକର୍ଷଣୀୟ ସାଜିଥିଲା ଆମେରିକାରେ ନିର୍ମିତ ଏଫ-୩୫। କାରଣ ପ୍ରଥମ ଥର ଆମେରିକାର ଏହି ଫାଇଟରେ ଜେଟ୍ ଭାରତକୁ ଆସିଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now