ଭେରାଇଟି ଷ୍ଟୋରରେ ଅଗ୍ନିକାଣ୍ଡ : ୫ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

Spread the love

ଖୋର୍ଦ୍ଧା : ୫୭ ନମ୍ବର ଜାତୀୟ ରାଜପଥ ବୋଲଗଡ଼ ଥାନା ସମ୍ମୁଖରେ ଥିବା ଏକ ଭେରାଇଟି ଷ୍ଟୋର ଦୋକାନରେ ଆଜି ଭୋର ୪ଟା ସମୟରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି।

ସୂଚନା ମୁତାବକ, ବୋଲଗଡ଼ ପଟ୍ଟନାୟକ ସାହିର ପ୍ରମୋଦ କୁମାର ସୁବୁଦ୍ଧି ଦୀର୍ଘ ବର୍ଷ ଧରି ଥାନା ସମ୍ମୁଖରେ ଏକ ଭେରାଇଟ ଷ୍ଟୋର ଦୋକାନ କରିଥିଲେ। ତେବେ ଶୁକ୍ରବାର ଭୋର ୪ଟା ସମୟରେ କୌଣସି କାରଣରୁ ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା। ସ୍ଥାନୀୟ ଲୋକେ ଦୋକାନ ମାଲିକ ଶ୍ରୀ ସୁବୁଦ୍ଧିଙ୍କୁ ଦୋକାନଟି ଜଳିଯାଉଛି ବୋଲି ଖବର ଦେଇଥିଲେ। ପରେ ଶ୍ରୀ ସୁବୁଦ୍ଧି ବୋଲଗଡ଼ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ଦୋକାନରେ ଥିବା ଟିଭି, ଫ୍ରିଜ, ରେଫ୍ରିଜେଟର, ଖାଦ୍ୟ ସାମଗ୍ରୀ, ପାନୀୟ ସାମଗ୍ରୀ, ଟେକ୍ସନାରୀ ସାମଗ୍ରୀ ଆଦି ପୋଡି ଯାଉଛି। ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଶ୍ରୀ ସୁବୁଦ୍ଧି କହିଛନ୍ତି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *