Balangir

ପଣ୍ଡରାପିଟା ଗ୍ରାମରେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ : ଥାନାରେ ଜଣେ ଅଟକ

ବଲାଙ୍ଗିର : ବଲାଙ୍ଗିର ଦିନକୁ ଦିନ ଅଶାନ୍ତ ହୋଇଚାଲିଛି । ଶନିବାର ରାତିରେ ସଦର ଥାନା ଅନ୍ତର୍ଗତ ପଣ୍ଡରାପିଟା ଗ୍ରାମରେ ଏକ ଅଘଟଣ ଘଟିଛି । ଗ୍ରାମର ଭାସ୍କର ତାଣ୍ଡିଙ୍କୁ କେହି ଜଣେ ଅମାନବୀୟ ଭାବେ ହତ୍ୟା କରିଛି । ଏନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି । ଏହାକୁ ବ୍ୟବଚ୍ଛେଦ ପାଇଁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଛି ।

ଘଟଣାରୁ ପ୍ରକାଶ ଯେ, ଶନିବାର ଦିନ ଅପରାହ୍ନରେ ଗ୍ରାମର କିଛି ଯୁବକଙ୍କ ସହିତ ଭାସ୍କରର ଯୁକ୍ତି ତର୍କ ହୋଇଥିଲା । ରାତିରେ ସେ ଘରୁ ବାହାରି ବସ୍ତିକୁ ଯାଇଥିଲେ । ରାତି ୧୧ଟା ବେଳେ ବସ୍ତି ରାସ୍ତାରେ ରକ୍ତ ଜୁଡୁବୁଡୁ ହୋଇ ପଡିଥିବା ବେଳେ ପରିବାର ଲୋକେ ତାଙ୍କୁ ଭୀମଭୋଇ ମେଡିକାଲକୁ ଆଣି ଥିଲା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ଶବକୁ ପୋଷ୍ଟ ମର୍ଟମ ନିମନ୍ତେ ରଖାଯାଇଥିଲା । ସଦର ଥାନାରେ ପରିବାର ପକ୍ଷରୁ ରିପୋର୍ଟ କରାଯାଇଛି । ପୋଲିସ ଘଟଣାର ତଦନ୍ତ କରି ୩୦୨ ଦଫାରେ କେସ୍ ରୁଜୁ କରିଥିଲା ବେଳେ ପ୍ରେମରାଜ ପୋଡ ନାମକ ଜଣେ ଯୁବକକୁ ଥାନାରେ ଅଟକ ରଖିଥିବା ବେଳେ ତଦନ୍ତ ଜାରି ରହିଛି । ଏହି ହତ୍ୟାକାଣ୍ଡରେ ଏକରୁ ଅଧିକ ଲୋକଙ୍କ ସଂପୃକ୍ତି ଥିବା ଭାସ୍କରଙ୍କ ପରିବାର ଲୋକ କହୁଥିବା ବେଳେ ଆଉ କେଉଁ ମାନେ ଏଥିରେ ସାମିଲ ଅଛନ୍ତି ସେ ନେଇ ଖୋଳତାଡ଼ କରୁଛି ପୋଲିସ । ସଦର ଏସଡିପିଓ ତୁଫାନ୍ ବାଗ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button