ପୁଅ ପରେ ବାପାର ଆତ୍ମହତ୍ୟା

Spread the love

ପୁଅ ପରେ ବାପାର ଆତ୍ମହତ୍ୟା। ପୁଅର ମୃତ୍ୟୁ ସହ୍ୟ କରିନପାରି ଫାଶୀ ଲଗାଇ ଜୀବନ ହାରିଲା ବାପା। ଏଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନ ଉଦୟପୁରରେ । ଗୁଜୁରାଟରୁ ଡ୍ୟୁଟି ସାରି ଗାଁକୁ ଫେରି ବହୁ ଜୋରରେ କାନ୍ଦିବାକୁ ଲାଗିଲା ପୁଅ। ମୃତ୍ୟୁ ପୂର୍ବରୁ ନିଜର ଭିଡିଓ କରି ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲା। ଯାହାର ଭିଡିଓ ଭାଇରାଲ ହୋଇଥିବା ଜଣାପଡିଛି। ଗୁଜୁରାଟ ସୁରଟରେ ଦେବୀ ସିଂ ନାମକ ଜଣେ ଯୁବକ କାମ କରୁଥିବା ବେଳେ, କିଛି ଦିନ ଛୁଟି ନେଇ ନିଜ ଗାଁ ଉଦୟପୁର ଗୋଗୁଣ୍ଡା ଅଞ୍ଚଳକୁ ଜୁଲାଇ ୧୧ ତାରିଖରେ ଆସିଥିଲା। ହେଲେ ଘରକୁ ଯିବା ପରିବର୍ତ୍ତେ ଗାଁ ପୋଖରୀକୁ ଯାଇଥିଲା ଦେବୀ। ସେଠାରେ ସେ ବଟିକା ଖାଇଥିଲେ।

ଏହାର ଭିଡିଓ କରି ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଯାହାର ଭିଡିଓ ଭାଇରାଲ ହେବା ସହ ଘଟଣାର ଅଧଘଣ୍ଟା ପରେ ଦେବୀଙ୍କ ବଡଭାଇ ରୂପ ସିଂ ଇନଷ୍ଟାଗ୍ରାମରେ ଦେଖି ତାଙ୍କର ଜଣେ ବନ୍ଧୁଙ୍କୁ କହିଥିଲେ। ରୂପଙ୍କ ସାଙ୍ଗ ଘଟଣାସ୍ଥଳରେ ପହଞ୍ଚି ଆମ୍ୱୁଲାନ୍ସକୁ ଡକାଇ ହସ୍ପିଟାଲ ନେବାବେଳକୁ ଅଧାବାଟରେ ଦେବୀଙ୍କ ମୃତ୍ୟୁ ହୋଇଥିଲା। ମୃତଦେହକୁ ଗାଁକୁ ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ପୁଅର ଏଭଳି ମୃତ୍ୟୁ ଦେଖି ବାପା ଆଶ୍ଚର୍ଯ୍ୟ ହୋଇ ରୀତିନୀତି କରିବା ମାତ୍ରେ ନିଜେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ। ଦେବୀ ସିଂଙ୍କ ବଡ ଭାଇ ରୂପ ସିଂ ଏନେଇ ଥାନାରେ ମାମଲା ରୁଜୁ କରିଛନ୍ତି। ଏହାସହ ପୋଲିସ ମଧ୍ୟ ଦେବୀଙ୍କ ମୋବାଇଲରୁ ବହୁ ତଥ୍ୟ ବାହାର କରିବା ସହ ପ୍ରେମଜନିତରୁ ଆତ୍ମହତ୍ୟା ହୋଇଥାଇପାରେ ବୋଲି ସନ୍ଦେହ କରିଛି।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *