Angulରାଜନୀତି

23 ବର୍ଷର ବିଜେଡି ଶାସନର ପୁଳା ପୁଳା ଦୁର୍ନତି ବିରୋଧରେ ବିଜେପିର ରଣ ହୁଙ୍କାର, ପାଲଲହଡା ବ୍ଲକ ଘେରାଉ କଲା ବିଜେପି

ଅନୁଗୋଳ : ଅନୁଗୋଳ ଜିଲ୍ଲା ପାଲଲହଡା ନିର୍ବାଚନ ମଣ୍ଡଳୀରେ ଶାସକ ଦଳ ର ଦୀର୍ଘ 23 ବର୍ଷ ର ଲମ୍ବା ସମୟର ଶାସନ ପରେ ଵି ଏଠି ବିକାଶ ଏକ ପ୍ରକାର ର ବାଟ ବଣା ହୋଇଛି । ପାଲଲହଡା ଏକ ଅଦବାସୀ ଅଧୁଷିତ ଅଞ୍ଚଳ ଏଠି ସ୍ୱାସ୍ଥ୍ୟ , ଶିକ୍ଷା, ଗମନା ଗମନ କ୍ଷେତ୍ରରେ ବହୁ ପଛରେ ପଡିଛି, ଏଠି ସ୍ଥାନୀୟ ବିଧାୟକ ଦୁର୍ନୀତି ବିରୋଧ ରେ ସ୍ୱର ଉଠାଇ ଓ ପାଲଲହଡା ଅଞ୍ଚଳକୁ ନୂତନ ବିକାଶର ଫର୍ଦରେ ଯୋଡିବାର ପ୍ରତିଶୃତି ଦେଇ ନିର୍ବାଚନରେ ଜିତି ନିର୍ବାଚନୀ ବୈତରଣୀ ପାର ହେବା ସହ ଏଠି ବିରୋଧୀ ଦଳକୁ ମାଟି ଚଟାଇ ଥିଲେ l ମାତ୍ର ଏଠି କିଛି ବର୍ଷ ଭିତରେ ଶାସକ ଦଳର ମାମ୍ମାନୀ ଶାସନ ଚାଲିଛି, ଶାସକ ଦଳର କର୍ମୀ ମାନେ ଓ ସ୍ଥାନୀୟ ଜନପ୍ରତିନିଧି ମାନଙ୍କ ସମ୍ପର୍କୀୟ ମାନେ ଠିକାଦାରୀ ନାଁ ରେ ପୁଳା ପୁଳା ଦୁର୍ନତିରେ ଲିପ୍ତ ଥିବା ଆଜି ବିଜେପି ଅଭିଯୋଗ କରିଛି l

ଆଗକୁ ସାଧାରଣ ନିର୍ବାଚନ ପାଖଇ ଆସୁଛି ଲୋକଙ୍କ ଆସ୍ଥା ଜିଣିବା ପାଇଁ ବିଜେପି ସରକାରୀ ଦଳର ଦୁର୍ନୀତିକୁ ବିରୋଧ କରି ବିଜେପି ଜୋରଦାର ପ୍ରୟାସ ଆରମ୍ଭ କରିଛି l ଆଜି ବିଜେପି ପାଲଲହଡା ମଣ୍ଡଳ ସଭାପତି ପଞ୍ଚାନନ ସାହୁ, ସ୍ଥାନୀୟ ବିଜେପି ନେତା ଶଶୀ ଭୁଷଣ ଅଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ହଜାରରୁ ଉର୍ଦ୍ଧ ପୁରୁଷ ଓ ମହିଳା ମାନଙ୍କୁ ଏକତ୍ରିତ୍ର କରି ଏକ ବିଶାଳ ଜନ ସମାବେଶ ର ଆୟୋଜନ କରି ବ୍ଲକ ପ୍ରଶାସନର ଦୁର୍ନୀତି ବିରୋଧ ରେ ବିଭିନ୍ନ ଦଫା ଦାବୀ ନେଇ ବ୍ଲକ ଘରଓ କରି ଥିଲେ l ଦିନ 11 ଘଟିକା ସମୟ ରେ ଏକ ବିରାଟ ପଟୁ ଆର ରେ ଶରତ ଚନ୍ଦ୍ର କ୍ଲବ ଠାରୁ ଆରମ୍ଭ କରି ବଜାର ଓ କୁଣ୍ଢେଇ ବିରା ଛକ, ଓ ମେଡିକାଲ ଛକ ଦେଇ ପାଲଲହଡା ବ୍ଲକ ପରିସର ରେ ପହଞ୍ଚି ଥିଲେ l ବ୍ଲକ କାର୍ଯ୍ୟାଳୟ କୁ ଦୀର୍ଘ ସମୟ ଧରି ଘରଓ କରିବା ସହ ସରକାରଙ୍କ ଦୁର୍ନୀତି ର ଖୋଲାସା କରିଥିଲେ ସ୍ଥାନୀୟ ବିଜେପି ନେତା ଲିଙ୍ଗରାଜ ଦାସ l ବିଜେପି ସିଧା ସଳଖ ଅଭିଯୋଗ କରି ଥିଲା ଶାସକ ଦଳ ର ଚାପରେ ବ୍ଲକ ପ୍ରଶାସନ ମନରେଗା ଠାରୁ ଆରମ୍ଭ କରି ଠିକାଦାରୀ କାର୍ଯ୍ୟ, ଆବାସ ଯୋଜନାରେ ଦଳୀୟ କର୍ମୀ ମାନଙ୍କ ଚିଠାରେ ଆବାସ ଘର ବଣ୍ଟନ କରିବା, ନିମ୍ନ ମାନ ର କାମ କରି ଫଲସ ବିଲ୍ଲ କରି ଲକ୍ଷାଧିକ ଟଙ୍କା ହଡପ କରିବା ଭଳି ସଂଗୀନ ଅଭିଯୋଗ କରି ଥିଲେ l ବିଜେପି ଆହୁରି ମଧ୍ୟ କହି ଥିଲା ଏଠି ଆବଶ୍ୟକ ଡାକ୍ତର ନାହାନ୍ତି, ଏଠି 5T ମାଧ୍ୟମ ରେ ବିକାଶ ର କାର୍ଯ୍ୟ କୁ ଦଳୀୟ କର୍ମୀ ମାନେ ଠିକାଦାରୀ ନେଇ ଅତି ନିମ୍ନ ମନ ର କରିବା ସହ ଏହାର ଭିଜିଲାସନ୍ସ ସ୍ତରୀୟ ତଦନ୍ତ ପାଇଁ ଦାବୀ କରି ଥିଲେ l ଶେଷରେ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ବିଭିନ୍ନ ଦଫା ଦାବୀ ନେଇ ଓ ପାଲଲହଡା ଅଞ୍ଚଳ ରେ ହଉଥିବା ଦୁର୍ନୀତିର ସଠିକ ତଦନ୍ତର ଏକ ଦାବୀ ପାତ୍ର ବ୍ଲକ ଅଧକାରୀ ଙ୍କ ଜରିଆରେ ପ୍ରଦାନ କରି ଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଜେପି ନେତା ଲିଙ୍ଗରାଜ ଦାଶ, ପଞ୍ଚାନନ ସାହୁ, ଶଶୀ ଭୁଷଣ ଅଚାର୍ଯ୍ୟ, ଅଜିତ କୁମାର ପ୍ରଧାନ, ଈଶ୍ୱର ଚନ୍ଦ୍ର ପିଙ୍ଗୁଆ, ଓ ଶତାଧିକ ବିଜେପି କର୍ମୀ ସାମିଲ ହୋଇ ଥିଲେ l

Related Articles

Leave a Reply

Your email address will not be published.

Back to top button