Lightening Death:ମଇଁଷି ଚରାଉଥିବା ବେଳେ ବଜ୍ରାଘାତ, ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ |
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମହାଛାଇ ଗ୍ରାମରେ ବଜ୍ରାଘାତରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ମହାଛାଇ ଗ୍ରାମର ନିତ୍ୟାନନ୍ଦ ଗୌଡ଼ ।
ଗଞ୍ଜାମରେ ଅଭାଵନୀୟ ଘଟଣା, ବଜ୍ରାଘାତରେ ଚାଲିଗଲା ବୃଦ୍ଧଙ୍କ ଜୀଵନ | ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମହାଛାଇ ଗ୍ରାମରେ ବଜ୍ରାଘାତରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ମହାଛାଇ ଗ୍ରାମର ନିତ୍ୟାନନ୍ଦ ଗୌଡ଼ । ଏହି ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁଯାୟୀ, ନିତ୍ୟାନନ୍ଦ ପ୍ରତିଦିନ ଭଳି ମଇଁଷି ଚରାଇବା ପାଇଁ ଗ୍ରାମ ନିକଟସ୍ଥ ଅଞ୍ଚଳକୁ ଯାଇଥିଲେ । ମଇଁଷି ଚରାଉଥିବା ସମୟରେ ହଠାତ୍ ଆକାଶରେ ଘଡ଼ଘଡ଼ି ସହ ବଜ୍ରପାତ ହୋଇଥିଲା । ଏହି ସମୟରେ ନିତ୍ୟାନନ୍ଦ ବଜ୍ରାଘାତର ଶିକାର ହୋଇ ଘଟଣାସ୍ଥଳରେ ଗୁରୁତର ହୋଇପଡ଼ିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ହିଞ୍ଜିଳିକାଟୁ ମେଡିକାଲକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ନିତ୍ୟାନନ୍ଦଙ୍କୁ ମୃତ ଘୋଷିତ କରିଥିଲେ । ଘଟଣାର ଖବର ପାଇ କବିସୂର୍ଯ୍ୟନଗର ପୋଲିସ ତଦନ୍ତ ଆରମ୍ଭ କରିଛି । ପୋଲିସ ମୃତଦେହ ଜବତ କରିବା ସହ ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଓ ପରବର୍ତ୍ତୀ ବ୍ୟବସ୍ଥା ଗ୍ରହଣ କରୁଛି । ହଠାତ୍ ଘଟିଥିବା ଏହି ଅଘଟଣରେ ପରିବାର ଲୋକେ ଭାଙ୍ଗିପଡ଼ିଥିବା ବେଳେ ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
