ରାଜକୁମାର ହିରାନୀଙ୍କ ପୁଅ ସର୍ଟ-ସର୍କିଟ
କିଛି ବର୍ଷ ତଳେ ମୁନ୍ନା ଭାଇ ଏମବିବିଏସରେ ଅରସଦ ଓ୍ୱାରସିଙ୍କ ପୁଅ ସର୍ଟ ସର୍କିଟରେ ରୋଲ୍ କରିଥିଲେ ବୀର। ଆଉ ବହୁ ବର୍ଷ ପରେ ଦୁହେଁ କୋ-ଆକ୍ଟର ରୂପେ ଓ୍ୱେବସିରିଜରେ ସାଙ୍ଗରେ ନଜରକୁ ଆସିବେ।

ନିର୍ଦେଶକଙ୍କ ପୁଅ ସାଜିଲେ ସର୍ଟ-ସର୍କିଟ
ଡାଇରେକ୍ଚରଙ୍କ ପୁଅ ସାଜିଲା ସର୍ଟ-ସର୍କିଟ। ସର୍ଟ-ସର୍କିଟ କହିଲେ ସୁପରହିଟ ମୁଭି ମୁନ୍ନା ଭାଇ ଏମବିବିଏସ ଫିଲ୍ଣ କଥା ଆପଣାଛାଏଁ ମନକୁ ଚାଲିଆସେ। ଆଜ୍ଞା ଠିକ୍ ପଢ଼ିଲେ। ରାଜକୁମାର ହିରାନୀଙ୍କ ଓ୍ୱେବସିରିଡ୍ ପ୍ରୀତମ ଆଣ୍ଡ ପେଡ୍ରୋରେ ତାଙ୍କ ପୁଅ ବୀର ହିରାନୀ ଆକ୍ଟିଂରେ ଡେବ୍ୟୁ କରୁଛନ୍ତି। ରୋଚକ କଥା ହେଲା କି, କିଛି ବର୍ଷ ତଳେ ମୁନ୍ନା ଭାଇ ଏମବିବିଏସରେ ଅରସଦ ଓ୍ୱାରସିଙ୍କ ପୁଅ ସର୍ଟ ସର୍କିଟରେ ରୋଲ୍ କରିଥିଲେ ବୀର। ଆଉ ବହୁ ବର୍ଷ ପରେ ଦୁହିଁଙ୍କୁ କୋ-ଆକ୍ଟର ରୂପେ ଓ୍ୱେବସିରିଜରେ ସାଙ୍ଗରେ ନଜରକୁ ଆସିବେ। ଥ୍ରୀ-ଇଡିଅଟ୍ସ, ପିକେ ଓ ସଞ୍ଜୁ ଭଳି ଫିଲ୍ମ କରିଥିବା ନିର୍ଦେଶକ ରାଜକୁମାର ହିରାନୀଙ୍କ ଓ୍ୱେବସିରିଜ ପ୍ରୀତମ ଆଣ୍ଡ ପେଡ୍ରୋ ପାଇଁ ଦର୍ଶକଙ୍କ ଭିତରେ ଏକ୍ସାଇଟମେଣ୍ଟ ରହିଛି। କିଛି ଦିନ ତଳେ ଏହାର ଫାଷ୍ଟ ଲୁକ୍ ଟିଜର ସାମ୍ନାକୁ ଆସିଥିଲା। ଯେଉଁଥିରେ ଅରସଦ ଓ୍ୱାରସି, ବୀର ହିରାନୀ ଓ ବିକ୍ରମ ମେସି ନଜରକୁ ଆସିଥିଲେ। ପ୍ରୀତମ ଆଣ୍ଡ ପେଡ୍ରୋ ରାଜକୁମାର ହିରାନୀଙ୍କ ପୁଅ ବୀର ହିରାନୀଙ୍କ ଆକ୍ଟିଂ ଡେବ୍ୟୁ ଅଟେ। ନିଜ ଓ୍ୱେବସିରିଜକୁ ପ୍ରମୋଟ ନେଇ ସୋସିଆଲ ମିଡିଆରେ ଭିଡ଼ିଓ ସେୟାର କରିଛନ୍ତି। ଯାହାର ଟାଇଟଲ ଲେପରୁ ଲାପଟକ ତକ୍ ରଖିଛନ୍ତି। ଏ ଭିଡ଼ିଓରେ ମୁନ୍ନା ଭାଇ ଏମବିବିଏସ ସୁଟିଂ ପ୍ରଛଦପଟ୍ଟରେ ଥିବା କିଛଇ ଫୁଟେଜ ରହିଛି। ଯେଉଁଠି ଅରସଦ ଓ୍ୱାରସି ସର୍କିଟ ହୋଇ ନିଜ ଅନସ୍କ୍ରିନ ଫ୍ୟାମିଲି ସହ ପୋଜ୍ ଦେଉଛନ୍ତି। ଫିଲ୍ମର ଶେଷରେ ଦର୍ଶକ ଦେଖିଥିଲେ, କେମିତି ସର୍କିଟ ବି ବିବାହ କରି ସେଟଲ ହୋଇଗଲେ। ଆଉ ତାଙ୍କ ପୁଅ ନାଁ ସର୍ଟ-ସର୍କିଟ ରଖିଛନ୍ତି। ଫିଲ୍ମର ଏହି ଛୋଟ ଅଂଶରେ ସର୍କିଟଙ୍କ ପତ୍ନୀ ଭାବେ ରୀତା ଜୋଷୀ ଅଭିନୟ କରିଥିଲେ। ଆଉ ସର୍କିଟ ପୁଅର ରୋଲ୍ ନିଜ ପୁଅ ବୀରକୁ ଏଥିରେ କାଷ୍ଟ କରିଥିଲେ ରାଜ ହିରାନୀ। ଅର୍ସଦଙ୍କ କୋଳରେ ସୈତାନୀ ଅନ୍ଦାଜରେ ଏକ୍ସପ୍ରେସନ ଦେଇଥିଲେ ବୀର। ପ୍ରୀତମ ଆଣ୍ଡ ପେଡ୍ରୋରେ ବୀର ଜଣେ ଜିନିୟସ ରୋଲ୍ କରୁଛନ୍ତି। ଯିଏ ପୁଲିସକୁ ସାଇବର କ୍ରାଇମ ସମାଧାନରେ ସହଯୋଗ କରେ। ଅରସଦ ଏହି ଓ୍ୱେବସିରିଜରେ ଟ୍ରାଡିସନାଲ ପୁଲିସ ରୋଲରେ ଅଛନ୍ତି। ଏ ଦୁହେଁ ଜଣେ ସାଇବର ଅପରାଧୀକୁ ଧରିବା ମିଶନରେ ଅଛନ୍ତି। ଯାହାର ରୋଲ୍ ବିକ୍ରାନ୍ତ ମେସି କରୁଛନ୍ତି। ପ୍ରୀତମ ଆଣ୍ଡ ପେଡ୍ରୋ ଜୁଲାଇ ୩ରେ ଜିଓ ହଟଷ୍ଟାରରେ ରିଲିଜ୍ ହେବ।
