କନ୍ତାରା ବିବାଦ- ଚାମୁଣ୍ଡେଶ୍ୱରୀଙ୍କୁ ଦର୍ଶନ କଲେ ରଣବୀର

କନ୍ତାରା ବିବାଦ ପରେ ଚାମୁଣ୍ଡେଶ୍ୱରୀ ମନ୍ଦିର ଦର୍ଶନ କଲେ ରଣବୀର ସିଂ। କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦେଶକୁ ଅନୁପାଳନ କଲେ। ମହୀଶୁରରେ ପ୍ରଖ୍ୟାତ ଚାମୁଣ୍ଡେଶ୍ୱରୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି। ୨୦୨୫ ଫିଲ୍ମ ଫେଷ୍ଟିଭାଲରେ ଦେବୀଙ୍କୁ ନେଇ ମିମିକ୍ରି କରି ବିବାଦରେ ଫସିଥିଲେ ରଣବୀର। ଏହାକୁ ନେଇ ତାଙ୍କ ବିରୁଦ୍ଧରେ ଏତଲା ହୋଇଥିଲା। ବିବାଦ ତେଜିବାରୁ କ୍ଷମା ବି ମାଗିଥିଲେ ରଣବୀର। ହେଲେ ତାହା ଅନ୍ତରରୁ ନୁହେଁ କହି ନୂଆ ବିବାଦ ଆରମ୍ଭ ହୋଇଥିଲା। ଏପ୍ରିଲ ମାସରେ କୋର୍ଟ ନିର୍ଦେଶ ଦେଇଥିଲେ ଯେ, ସେ ୪ ସପ୍ତାହ ଭିତରେ ମନ୍ଦିର ଯାଇ ଦର୍ଶନ କରିବେ। ରଣବୀରଙ୍କ ଏହି ମନ୍ଦିର ଦର୍ଶନ ଏହି ସମୟରେ ହୋଇଛି। ଯେବେ କି ଦିନକ ଆଗରୁ ଫିଲ୍ମ ଫେଡେରେସନ ଫିଲ୍ମ ଡନ୍ ୩କୁ ଛାଡ଼ିବା କାରଣରୁ ତାଙ୍କ ବିରୁଦ୍ଧରେ ଅସହଯୋଗ ନିର୍ଦ୍ଦେଶ ଜାରି କରି ବ୍ୟାନ୍ କରିଦେଇଛି। ରଣବୀର ଆଜି ସକାଳୁ ମନ୍ଦିରରେ ପହଞ୍ଚିଥିଲେ। ସେଲିବ୍ରିଟି ଭାବେ ସେ କୌଣସି ଭିଆଇପି ସୁବିଧା ନେଇନଥିଲେ। ସାଧାରଣ ଶ୍ରଦ୍ଧାଳୁ ଭାବେ ଧାଡ଼ିରେ ଛିଡ଼ା ହୋଇ ଦେବୀଙ୍କ ଦର୍ଶନ କରିଥିଲେ। ଗର୍ଭଗୃହ ପ୍ରବେଶ ଦ୍ୱାର ଯାଏ ସେ ଚେହେରାରେ ମାସ୍କ ଲଗାଇଥିଲେ। ଆଉ ଭିତରକୁ ଯିବା ଆଗରୁ କାଢ଼ି ଦେଇଥିଲେ। ସେ ବିନା କୌଣସି ପୂଜାସାମଗ୍ରୀରେ ଖାଲି ହାତରେ ପହଞ୍ଚିଥିଲେ। ଆଉ ମନ୍ଦିରରେ ବିଶେଷ ପ୍ରାର୍ଥନା କରିଥିଲେ। ଏ ପୁରା ବିବାଦ ଗୋଆର ଫିଲ୍ଣ ଫେଷ୍ଟିଭାଲରୁ ଆରମ୍ଭ ହୋଇଥିଲା। ଗଲା ବର୍ଷ ନଭେମ୍ୱର ୩୦ରେ ଗୋଆରେ ଆୟୋଜିତ ଇଣ୍ଟରନାସନାଲ ଫିଲ୍ଣ ଫେଷ୍ଟିଭାଲ ଅଫ ଇଣ୍ଡିଆର ସମାପନ ସମାରୋହରୁ ଏହା ଆରମ୍ଭ ହୋଇଥିଲା। ଫିଲ୍ମ କାନ୍ତାରାରେ ପ୍ରସିଦ୍ଧ ଦେବୀଙ୍କ ସିନ୍ ର ମିମିକ୍ରି କରିଥିଲେ। ଯେଉଁଥିରେ ଫିଲ୍ମର ନିର୍ଦେଶକ ତଥା ଲିଡ୍ ଆକ୍ଟର ଋଷଭ ସେଟ୍ଟୀ ନଜରରେ ଆସିଥିଲେ। ଏହି ପରଫର୍ମାନ୍ସର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପରେ ପୁରା କନ୍ନଡ଼ ସମୁଦାୟର ଏକ ବଡ଼ ଅଂଶ କ୍ଷୁବ୍ଧ ହୋଇଥିଲେ। କନ୍ନଡ଼ ସମୁଦାୟର ଭାବାବେଗକୁ ଆଘାତ ଆରୋପରେ ରଣବୀରଙ୍କ ବିରୁଦ୍ଧରେ କର୍ଣ୍ଣାଟକରେ ଏତଲା ହୋଇଥିଲା। ହାଇକୋର୍ଟ ତାଙ୍କ ବିରୁଦ୍ଧରେ କୌଣସି ଦଣ୍ଡାତ୍ମକ ଆକ୍ସନ ଉପରେ ରୋକ୍ ଲଗାଇଥିଲେ। ଏପ୍ରିଲରେ କ୍ଷମା ଯାଚନାର ସଂଶୋଧିତ ପିଟିସନ କୋର୍ଟରେ ଦେଇଥିଲେ ରଣବୀର।
