US OPEN TITLE: ଛଅ ବର୍ଷ ପରେ ପ୍ରତିଶୋଧ! US Open ଚାମ୍ପିଅନ୍ ହେଲେ ଜ୍ୱେରେଭ୍
ଜର୍ମାନୀର ସ୍ତର ଟେନିସ ଖେଳାଳି Alexander Zverevର ଚମତ୍କାର ପ୍ରଦର୍ଶନ କରି ୨୦୨୬ US Open ପୁରୁଷ ସିଙ୍ଗଲ ଟାଇଟଲ ନିଜ ନାମ କରିଥିଲେ | ନ୍ୟୁୟର୍କର ଆର୍ଥର ଏସ ଷ୍ଟାଡିୟମ ଖେଳିଥିବା ଫାଇନାଲ ମ୍ୟାଚରେ ଜ୍ୱେରେଭ୍ ଆମେରିକାର ବେନ ଶେଲଟନକୁ ଚାରି ସେଟ ୬ -୩ ,୭ -୬ ,୫ - ୭ ,୬ -୨ ରେ ପରାସ୍ତ କରିଥିଲେ |

ଜର୍ମାନୀର ସ୍ତର ଟେନିସ ଖେଳାଳି Alexander Zverevର ଚମତ୍କାର ପ୍ରଦର୍ଶନ କରି ୨୦୨୬ US Open ପୁରୁଷ ସିଙ୍ଗଲ ଟାଇଟଲ ନିଜ ନାମ କରିଥିଲେ | ନ୍ୟୁୟର୍କର ଆର୍ଥର ଏସ ଷ୍ଟାଡିୟମ ଖେଳିଥିବା ଫାଇନାଲ ମ୍ୟାଚରେ ଜ୍ୱେରେଭ୍ ଆମେରିକାର ବେନ ଶେଲଟନକୁ ଚାରି ସେଟ ୬ -୩ ,୭ -୬ ,୫ - ୭ ,୬ -୨ ରେ ପରାସ୍ତ କରିଥିଲେ | ମ୍ୟାଚ୍ ଆରମ୍ଭରୁ ହିଁ ଜ୍ୱେରେଭ୍ ନିଜର ସର୍ଭିସ୍ ଓ ଆକ୍ରମଣାତ୍ମକ ଖେଳ ଜରିଆରେ ଦବଦବା ବଜାୟ ରଖିଥିଲେ । ସେ ପ୍ରଥମ ସେଟ୍କୁ ୬-୩ରେ ଜିତ୍ ହାସଲ କରିଥିଲେ । ଦ୍ୱିତୀୟ ସେଟ୍ରେ ଶେଲ୍ଟନ୍ କଡ଼ା ସଂଘର୍ଷ କରିଥିଲେ, ହେଲେ ଟାଇବ୍ରେକ୍ରେ ଜ୍ୱେରେଭ୍ ୭-୨ରେ ବିଜୟୀ ହୋଇ ମ୍ୟାଚ୍ ଉପରେ ନିଜର ପକଡ଼ ଆହୁରି ମଜବୁତ କରିଥିଲେ । ତୃତୀୟ ସେଟ୍ରେ ଶେଲ୍ଟନ୍ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ୭-୫ରେ ସେଟ୍ ଜିତି ମୁକାବିଲାକୁ ରୋମାଞ୍ଚକର କରିଦେଇଥିଲେ । ତେବେ ଚତୁର୍ଥ ସେଟ୍ରେ ଜ୍ୱେରେଭ୍ ପୁଣି ଚମତ୍କାର ଲୟକୁ ଫେରିଥିଲେ ଏବଂ ୬-୨ରେ ସେଟ୍ ଜିତି ଟାଇଟଲ୍ ନିଜ ନାମରେ କରିଥିଲେ । ଏହା ଜ୍ୱେରେଭ୍ଙ୍କର ଦ୍ୱିତୀୟ ଗ୍ରାଣ୍ଡ ସ୍ଲାମ୍ ଟାଇଟଲ୍ । ଏହା ପୂର୍ବରୁ ୨୦୨୬ରେ ହିଁ ସେ ଫ୍ରେଞ୍ଚ ଓପନ୍ ଟାଇଟଲ୍ ଜିତିଥିଲେ । ବିଶେଷ କଥା ହେଉଛି, ୨୦୨୦ ୟୁଏସ୍ ଓପନ୍ ଫାଇନାଲ୍ରେ ପରାଜୟର ଛଅ ବର୍ଷ ପରେ ସେ ଏହି ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ ହୋଇ ପୁରୁଣା ନିରାଶାକୁ ଦୂର କରିଛନ୍ତି । ଅନ୍ୟପକ୍ଷରେ, ବେନ୍ ଶେଲ୍ଟନ୍ଙ୍କ ପାଇଁ ଏହା ଥିଲା ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ଫାଇନାଲ୍। ଫାଇନାଲ୍ରେ ପରାଜିତ ହୋଇଥିଲେ ମଧ୍ୟ ସେ ପୂରା ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲ୍ ପର୍ଯ୍ୟନ୍ତ ଯାତ୍ରା କରିଥିଲେ ।
